ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ନଳିନୀକାନ୍ତ ପ୍ରଧାନ।

ବିଜେଡି ତାଙ୍କୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଵ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା।

ନଳିନୀକାନ୍ତ ପ୍ରଧାନଙ୍କ ସରକାରି ଚାକିରିର କାର୍ଯ୍ୟକାଳ ଶେଷ ହେବାର ମାସକ ପୂର୍ବରୁ ସେ ଚାକିରିରୁ ଇସ୍ତଫା ଦେଇଥିଲେ।

ଆଗାମୀ ନିର୍ବାଚନକୁ କିଛି ଦିନ ଥିବା ବେଳେ ତିନି ପାର୍ଟି ଅର୍ଥାତ ବିଜେଡି, ବିଜେପି ଓ କଂଗ୍ରେସରେରେ ଦଳ ଡିଆ ଡେଇଁ ପର୍ବ ଚାଲିଛି। ତେବେ ନୂଆ ପ୍ରାର୍ଥୀ ସେମାନଙ୍କ ଦଳକୁ କେତେ ସୁହାଇବ। ଏବଂ ତିନି ଦଳର ରାଜନୀତିକୁ ନେଇ କ’ଣ ରଣନୀତି ରହୁଛି ତାହା ଦେଖିବାକୁ ବାକି ରହିଲା।

Comment