ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜି ପରଦାକୁ ଆସୁଛି ଅର୍ଚ୍ଚିତାଙ୍କ ଅଭିନୀତ ଫିଲ୍ମ ଚାମ୍ପିୟନ। ଡଙ୍ଗ୍ୟୁ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା।

ନିପଟ ମଫସଲର ଝିଅ, ଶାନ୍ତ ସରଳ ସ୍ୱଭାବର ଝିଅ କେବଳ ଘର କାମ ନୁହେଁ ବିଲରେ ହଳ, ଚାଷ କରିବା ଭୂମିକାରେ ବି ସେ ପାରଙ୍ଗମ। ପରିସ୍ଥିତିରେ ପଡ଼ି ସେ ଗାଁ ଛାଡ଼ି ସହର ମୁହାଁ ହୋଇଛି। ଏହାପରେ ତାକୁ ଦେଖିବାକୁ ମିଳେ ନାଚି ଦର୍ଶକଙ୍କୁ ମତୁଆଲା କରିବାରେ। କିନ୍ତୁ ତା’ ଜୀବନରେ ଏମିତି ସମୟ ଆସିଲା, ସେ ବକ୍ସିଂ ଶିଖିବାକୁ ମନ ବଳାଏ। ଏହାପରେ ସେ ବକ୍ସିଂ ଚାମ୍ପିୟନ ହୋଇ ପାରୁଛି ନା ନାହିଁ? ସେ ନିଜର ଆଶା ପୂରଣ କରିପାରୁଛି ନା ନାହିଁ? ଏଭଳି କାହାଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ।

ଏହି ଫିଲ୍ମରେ ଚୁଲବୁଲି ଅର୍ଚ୍ଚିତାଙ୍କ ରୋମାଣ୍ଟିକ୍‌ ଲୁକ୍‌ ବି ଦେଖିବାକୁ ମିଳିବ।

ଚାମ୍ପିୟନର ନିର୍ଦ୍ଦେଶନା ଦେଇଛନ୍ତି କେ. ମୂରଲୀ କ୍ରିଷ୍ଣା ଏବଂ ପ୍ରଯୋଜନା ଦେଇଛନ୍ତି ଏନ୍‌. ଗଙ୍ଗାଧର ଓ ଦିପ୍ତୀ। ସ୍ୱର ସଂଯୋଜନା ଦେଇଛନ୍ତି ବୈଦନାଥ ଦାସ। ସଂଳାପ ଲେଖିଛନ୍ତି ରଜନୀ ରଞ୍ଜନ। ରଜନୀ ରଞ୍ଜନଙ୍କର ଏହା ହେଉଛି ୫୦ ତମ ଫିଲ୍ମ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ସାନୁ।

ଏବେ ଦେଖିବାକୁ ବାକି ରହିଲା ଏହା ପରଦାରେ କେତେ କମାଲ କରୁଛି।

Comment