ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶରେ ଭଗବାନ ପଶୁପତିନାଥ ମହାଦେବଙ୍କ ମନ୍ଦିରର ଦାନବାକ୍ସ ଖୋଲାଯାଇଥିଲା। ଦାନବାକ୍ସରୁ ଦାନ କରାଯାଇଥିବା ସାମଗ୍ରୀ ସହିତ ଏଭଳି ସାମଗ୍ରୀ ମିଳିଥିଲା ଯାହାକୁ ଦେଖି ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦାନବାକ୍ସ ଭିତରୁ କିଛି ଚିଠି ବାହାରିଥିଲା।

ଚିଠିରେ ଲେଖାଥିଲା, ‘ହେ ଭଗବାନ ମୋ ବାହାଘର ପବନ ସହିତ କରିଦିଅନ୍ତୁ’। ଅନ୍ୟ ଏକ ଚିଠିରେ ଲେଖାଥିଲା, ‘ହେ ପ୍ରଭୁ ମୋ ଭାଇଙ୍କ ବାହାଘର ହେଇଯାଉ’। ଆଉ ଏକ ଚିଠିରେ ଯାହା ଲେଖାଯାଇଥିଲା ତାହା ସବୁ ସୀମା ଟପି ଯାଇଥିଲା। ସେଥିରେ ଲେଖାଥିଲା ‘ହେ ଭଗବାନ କିଛି କର, ମୋ ବାପା ମୋ ଉପରେ ଯେମିତି ନିର୍ଭର କରିବେ’।

ଦାନପେଟିରୁ ବିଦେଶୀ ମୁଦ୍ରା ସହିତ ୩ ଲକ୍ଷ ୫୭ ହଜାର ଟଙ୍କା ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଦାନ ଟଙ୍କା ସମ୍ପୂର୍ଣ୍ଣ ଭାବେ ଗଣାଯାଇପାରିନି। ଗଣାଯାଇଥିବା ବିଦେଶୀ ମୁଦ୍ରାରେ ଅଷ୍ଟ୍ରେଲିଆ, ଆମେରିକା ଏବଂ କୁଏତ ମୁଦ୍ରା ରହିଛି। ମନ୍ଦିରରୁ ଯେତିକି ଚିଠି ମିଳିଛି ସମସ୍ତ ଫିଲ୍ମ ଷ୍ଟାଇଲରେ ଲେଖାଯାଇଛି। କିଏ ଚାକିରି ପାଇଁ ପ୍ରାର୍ଥନା କରୁଛି ତ ଆଉ କିଏ ପରିବାର ପାଇଁ ଶୁଭ ମନାସିଛି। ମନ୍ଦୋସରରେ ଅବସ୍ଥିତ ଭଗବାନ ପଶୁପତିନାଥଙ୍କ ମନ୍ଦିର ପ୍ରସିଦ୍ଧ ଅଟେ। ଦେଶବିଦେଶରୁ ବହୁ ଶ୍ରଦ୍ଧାଳୁ ପ୍ରତିଦିନ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି।

Comment