ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜୟପୁରରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧି ଯୋଗ ଦେଇ ମୋଦି ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓଡ଼ିଶା ଆସିଛନ୍ତି। ଓଡ଼ିଶା ଆସି କୋରାପୁଟ, ଜୟପୁରରେ ଏକ ମହିଳା ସମାବେଶରେ ଯୋଗ ଦେବା ପରେ ପରିବିର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ରାହୁଲ ମୋଦି ସରକାର ଓ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି।

ସଭାରେ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି। ଓଡ଼ିଶାରେ ଅଫିସର ରାଜ୍‌ ଚାଲିଛି ୪/୫ ଜଣ ଅଫିସର ଓଡ଼ିଶାକୁ ଚଳାଉଛନ୍ତି ବୋଲି ନବୀନଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ଆମେ ସାଧାରଣ ଜନତାଙ୍କ ସରକାର ବନାଇବାକୁ ଚାହୁଁଛୁ କହିଛନ୍ତି ରାହୁଲ।

କେବଳ ରାଜ୍ୟ ସରକାରଙ୍କୁ ନୁହେଁ କେନ୍ଦ୍ର ସରକାରଙ୍କୁ ବି ଟାର୍ଗଟେ କରିଛନ୍ତି ରାହୁଲ। “କେନ୍ଦ୍ର ସରକାର ସରକାର ଦେଶଭକ୍ତି କଥା କହୁଛନ୍ତି, ବାୟୁସେନା ଟଙ୍କା ଅମ୍ବାନିକୁ ଦେଉଛନ୍ତି। ଫାଇଟର ପ୍ଲେନ ତିଆରିରେ ଅମ୍ବାନିଙ୍କ ଅଭିଜ୍ଞତା ନାହିଁ। ଅମ୍ବାନିଙ୍କ ଫାଇଦା ପାଇଁ ଫ୍ରାନ୍ସ କମ୍ପାନି ସହ ଡିଲ କଲେ। ମୋଦି ନିଜେ ଅମ୍ବାନିଙ୍କୁ ୩୦ ହଜାର ଟଙ୍କା ଦେଇଛନ୍ତି”, ରାହୁଲ କହିଛନ୍ତି।

ସଭାରେ ସାଧାରଣ ଲୋକଙ୍କ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ। କଂଗ୍ରେସରେ ଶାସନରେ ଆସିଲେବିଧବାଙ୍କ ଭତ୍ତା ରାଶି ୨ ହଜାର ଟଙ୍କାକୁ ବଢ଼ିବ। ପ୍ରତି ପଞ୍ଚୟତରେ ମହିଳାଙ୍କ ପାଇଁ ରହିବେ ସ୍ପେଶାଲ ଅଫିସର। ମହିଳା ଉଦ୍ୟୋଗୀଙ୍କ ପାଇଁ ଫାଇନାନ୍ସିଆଲ କର୍ପୋରେସନ ହେବ ସରକାରକୁ ଆସିଲେ ବିବାହ ପାଇଁ ସହାୟତା ରାଶି ଦେବୁ। ଗରିବ ଝିଅଙ୍କ ପାଇଁ ସହାୟତା ମିଳିବପ୍ରତିମାସରେ ମିନିମମ୍‌ ଗ୍ୟାରେଣ୍ଟି ଇନକମ୍‌ ଦେବ କଂଗ୍ରେସ କହିଛନ୍ତି ରାହୁଲ ଗାନ୍ଧି।

 

Comment