ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ନୀତିରେ ଉତ୍ସାହିତ ହୋଇ ବିଜେଡିର ଅନେକ ମହିଳା ରାଜନୀତିରେ ସାମିଲ ହେବାକୁ ଚାହୁଁଛନ୍ତି। ଯେଉଁ ସବୁ ଆସନରେ ମହିଳାଙ୍କ ଉତ୍ସୁକତା ପରିଲକ୍ଷିତ ହେଉଛି ତାହା ଭିତରେ ରହିଛି ଜୟପୁର ବିଧାନସଭା ଆସନ।

ଏବେ ପର୍ଯ୍ୟନ୍ତ ତିନି ଜଣ ମହିଳା ଏହି ଆସନ ପାଇଁ ଟିକେଟ ଦୌଡ଼ରେ ଥିବା ଦେଖାଯାଉଛି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁରାଣୀ ମିଶ୍ର ଓ ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର। ସ୍ଥାନୀୟ ବିଜେଡି ନେତାମାନେ ଇନ୍ଦିରାଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଦୁଇ ଜଣ ମଧ୍ୟ କେହି କାହାଠୁ କମରେ ନାହାନ୍ତି। ଲୋପାମୁଦ୍ରା ବକ୍ସିପାତ୍ର ହେଉଛନ୍ତି ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ କନ୍ୟା ଓ ଜୟପୁର ରାଜନୀତିରେ ବକ୍ସିପାତ୍ର ପରିବାରର ଦବଦବା ରହି ଆସିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ତୁଙ୍ଗ ନେତାମାନଙ୍କ ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ତୁଳନାରେ ଲୋପାମୁଦ୍ରା ଆଗରେ ଅଛନ୍ତି। ତେଣେ ବିନ୍ଦୁରାଣୀ ମିଶ୍ର ବିଜଦରେ ଦୀର୍ଘ ୧୦ ବର୍ଷ ଧରି ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଏଣୁ ବର୍ତ୍ତମାନ ଦେଖିବାକୁ ବାକି ରହିଲା ସୁପ୍ରିମୋ କାହାକୁ ଟିକେଟ ଦେଉଛନ୍ତି।

Comment