ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଚର୍ଚ୍ଚିତ ମାର୍ଭଲ ଷ୍ଟୁଡିଓର ୨୧ ତମ ଫିଲ୍ମ ‘କ୍ୟାପ୍ଟେନ୍ ମାର୍ବଲ’ ରିଲିଜ ହୋଇଯାଇଛି। ଆଇରନ୍‌ ମ୍ୟାନ, ହଲ୍କ, ଥର୍‌, କ୍ୟାପଟେନ୍‌ ଆମେରିକା ଭଲି ସୁପରହିରୋ ବଡ଼ ପରଦାରେ ଏଣ୍ଟ୍ରି ହେବା ପରେ ବର୍ତ୍ତମାନ ପ୍ରଥମଥର ପାଇଁ ଦର୍ଶକମାନଙ୍କ ସାମ୍ନାକୁ ଆସୁଛନ୍ତି କ୍ୟାପଟେନ୍‌ ମାର୍ଭଲ।

ମାର୍ବଲ ସିନେମାଟିକ୍‌ ୟୁନିଭର୍ସର ପ୍ରଶଂସକଙ୍କ ପାଇଁ ଏହି ଫିଲ୍ମଟି ଆଶାର କିରଣ ଭଳି। କାହିଁକି ନାଁ ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ‘ଏଭେଞ୍ଜର- ଏଣ୍ଡ୍‌ ଗେମ୍‌’ର ଅସଲ ଖେଳ ‘କ୍ୟାପ୍ଟେନ୍ ମାର୍ଭଲ’ ହିଁ ସ୍ଥିର କରିବ।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହଲିଉଡ ଫିଲ୍ମ ‘କ୍ୟାପ୍ଟେନ୍ ମାର୍ଭଲ’ ରିଲିଜ ହୋଇଛି। ଫିଲ୍ମରେ କ୍ୟାପ୍ଟେନ୍ ମାର୍ବଲ ଭୂମିକାରେ ଅଭିନୟ କରିଛନ୍ତି ହଲିଉଡ ଅଭିନେତ୍ରୀ ବ୍ରି ଲାର୍ସନ। ଓସ୍କାର ଜିତିଥିବା ଅଭିନେତ୍ରୀ ବ୍ରି ଲାର୍ସନ ଜଣେ ସେନ୍‌ସିଟିଭ୍‌ କ୍ୟାରେକ୍ଟରରେ ଅଭିନୟ ପାଇଁ ଜଣାଶୁଣା। ସବୁଠାରୁ ଶକ୍ତିଶାଳୀ ସୁପରହିରୋ କ୍ୟାପ୍ଟେନ୍ ମାର୍ଭଲ ହେବ ତାଙ୍କ ପାଇଁ ସହଜ ନଥିଲା। ହଲିଉଡ ନିର୍ଦ୍ଦେଶକ ଯୋଡ଼ି ଆନା ବୋଡେନ୍‌ ଓ ରିଆନ୍‌ ଫ୍ଲିକ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ମାର୍ଭଲ କମିକ୍ସ ସୁପରହିରୋ ଫିଲ୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସମସ୍ତେ ଏହି ଫିଲ୍ମଗୁଡ଼ିକୁ ଦେଖିବା ପାଇଁ ପସନ୍ଦ ବି କରୁଛିନ୍ତି। ଗତବର୍ଷ ରିଲିଜ୍‌ ହୋଇଥିବା ‘ଏଭେଞ୍ଜର- ଇନ୍‌ଫିନିଟି ୱାର’ରେ ଅଧିକାଂଶ ସୁପରହିରୋଙ୍କ ଅନ୍ତ ଘଟିଥିଲା। ବର୍ତ୍ତମାନ କ୍ୟାପ୍ଟେନ୍ ମାର୍ଭଲର ଏଣ୍ଟ୍ରିରେ ସେମାନଙ୍କ ପୁଣି ଫେରିବା ନେଇ ଦର୍ଶକ ମକାନଙ୍କ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ରାଜଧାନୀର ସମସ୍ତ ସିନେମା ହଲ ହାଉସ୍‌ ଫୁଲ୍‌ ହୋଇସାରିଛି।

Comment