ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ କୁଲିଙ୍ଗାମାଲ ସେବାଶ୍ରମରେ ୨୬ ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି।

(ନୂଆପଡ଼ା) ବିଷାକ୍ତ ଖାଦ୍ୟ ଖାଇ ୨୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଘଟଣା ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ କୁଲିଙ୍ଗାମାଲ ସେବାଶ୍ରମରେ ଘଟିଛି।  ସ୍କୁଲର ୨୬ ଜଣ ଆବାସିକ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଛନ୍ତି। ଗୁରୁତର ଛାତ୍ରୀମାନଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।

ଗୁରୁବାର ସେବାଶ୍ରମରେ ଆବାସିକ ଛାତ୍ରୀମାନଙ୍କୁ  ଅତି ନିମ୍ନମାନର ଖାଦ୍ୟ ଦିଆଯାଇଥିଲା। ଏହି  ଖାଦ୍ୟ ଖାଇବା ପରେ ଛାତ୍ରୀମାନଙ୍କ ପେଟ କାମୁଡିବା ସହିତ ଝାଡାବାନ୍ତି ହୋଇଥିଲା।  ଯାହା ଫଳରେ ଅସୁସ୍ଥ ଛାତ୍ରୀମାନଙ୍କୁ ତୁରନ୍ତ ସ୍କୁଲ କତ୍ତୃପକ୍ଷ ସିନାପାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ  ଭର୍ତ୍ତି କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ୧୯ ଜଣ ଛାତ୍ରୀଙ୍କୁ ଡାକ୍ତର ଡିସ୍‌ଚାର୍ଜ କରିଥିବାବେଳେ  ଗୁରୁତର ଥିବା ୭ ଛାତ୍ରୀ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅଛନ୍ତି।ଏ ନେଇ ଅଭିଭାବକ ଶିକ୍ଷକଙ୍କ ଅବହେଲା ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି।

Comment