ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଏହି ନାରୀକୈନ୍ଦ୍ରିକ ସିନେମାଗୁଡ଼ିକ ଦର୍ଶକମାନଙ୍କ ମନ ଛୁଇଁବା ସହ ବକ୍ସଅଫିସରେ ସୁପରହିଟ୍‍ ମଧ୍ୟ ହୋ‍ଇଥିଲା

ସମୟ ସହିତ ବଦଳିଛି ବଲିଉଡ ଫିଲ୍ମର ଟ୍ରେଣ୍ଡ। ପୂର୍ବରୁ ସିନେମାରେ ପୁରୁଷକୈନ୍ଦ୍ରିକ ଚଳଚ୍ଚିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ ନାରୀକୈନ୍ଦ୍ରିକ ସିନେମାର ଟ୍ରେଣ୍ଡ ଆରମ୍ଭ ହୋ‍ଇଛି ବଲିଉଡରେ। ଏହି ସିନେମାଗୁଡ଼ିକ ବକ୍ସଅଫିସରେ ହିଟ୍‍ ମଧ୍ୟ ହୋ‍ଇଛି। ଆସନ୍ତୁ ନଜର ପକାଇବା ଏହି ଚଳଚ୍ଚିତ୍ରଗୁଡ଼ିକ ଉପରେ।

ରାଜି

ସମ୍ପ୍ରତି ରିଲିଜ୍‍ ହୋ‍ଇଥିବା ‘ରାଜି’ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆଲିଆ ଭଟ୍ଟ। ଏହା ଏକ ନାରୀକୈନ୍ଦ୍ରିକ ସିନେମା, ଯେଉଁଥିରେ ଆଲିଆ ଜଣେ ଜାସୁସର ଭୂମିକା ନିଭାଇଥିଲେ। ତାଙ୍କୁ ସିନେମାରେ ଜଣେ ଜାସୁସ୍‍ ଭାବେ ପାକିସ୍ତାନ ପଠାଯାଇଥିଲେ ଓ ସେଠାରେ ସେ ରହି ଭାରତକୁ ଗୁପ୍ତ ସୂଚନା ସବୁ ପଠାଇଥିଲେ। ଖୁବ କମ୍‍ ବଜେଟର ଏହି ସିନେମା ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋ‍ଇଥିଲା। ୨ ଘଣ୍ଟା ୨୦ ମିନିଟର ଏହି ଛବିକୁ ୪ ଷ୍ଟାର ରିଭ୍ୟୁ ମିଳିଥିଲା।

ନୀରଜା

ନୀରଜା ସିନେମାରେ ସୋନମ କପୁର ଅଶୋକ ଚକ୍ରରେ ସମ୍ମାନୀତ ହୋ‍ଇଥିବା ନୀରଜା ଭନୋଟଙ୍କ ଚରିତ୍ରରେ ନଜର ଆସିଥିଲେ। ନିଜ ଜୀବନକୁ ଖାତିର ନ କରି ୧୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ ନୀରଜା। ଏହି ଚଳଚ୍ଚିତ୍ର ପରଦାରେ ନିଜ କମାଲ ଦେଖାଇବା ସହ ବକ୍ସଅଫିସରେ ସୁପରହିଟ୍‍ ମଧ୍ୟ ହୋ‍ଇଥିଲା।

ସରବଜୀତ

ଏହି ସିନେମାରେ ’ସରବଜୀତ’ ଚରିତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ତାଙ୍କ ଭ‌ଉଣୀ ଭୂମିକାରେ ନଜର ଆସିଥିବା ଐଶ୍ୱର୍ଯ୍ୟା ରାୟଙ୍କ ଚରିତ୍ରର ଗୁରୁତ୍ୱ କିଛି କମ୍‍ ନ ଥିଲା। ଐଶ୍ୱର୍ଯ୍ୟା ‘ସରବଜୀତ’ ଚଳଚ୍ଚିତ୍ରରେ ନିଜ ଭାଇ ପାଇଁ ମିଡିଆ ସହ ଲଢୁଥିବାର ଚରିତ୍ର ନିଭାଇଥିଲେ। ଏହି ଭୂମିକାକୁ ବେଶ୍‌ ନିଖୁଣ ଭାବେ ନିଭାଇପାରିଥିଲେ।

ମେରି କମ୍‌

ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଏହି ସିନେମାରେ ପ୍ରସିଦ୍ଧ ବକ୍ସର ‘ଏମ୍‍ ମେରି କୋମ୍‍’ଙ୍କ ଚରିତ୍ରରେ ନଜର ଆସିଥିଲେ। ଏଥିରେ ମେରିକୋମ ନିଜ ଜୀବନରେ କରିଥିବା ସଂଘର୍ଷ ବିଷୟରେ ଦେଖାଯିବା ସହିତ ବକ୍ସରମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ମଧ୍ୟ ପରଦାରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ଆକ୍ଟିଙ୍ଗ ପାଇଁ ପ୍ରିୟଙ୍କା ଅନେକ ଆୱାର୍ଡ ମଧ୍ୟ ପାଇଥିଲେ।

ମର୍ଦ୍ଦାନୀ

‘ମର୍ଦ୍ଦାନୀ’ ସିନେମାରେ ରାଣୀ ମୁଖାର୍ଜୀ ଜଣେ ମହିଳା ପୋଲିସ ଅଫିସରଙ୍କ ଚରିତ୍ରରେ ନଜର ଆସିଥିଲେ, ଯିଏ ବଡ଼ ବଡ଼ ଅପରାଧୀଙ୍କ ସହ ନିଜେ ଏକା ଲଢ଼େଇ କରିବାକୁ ମଧ୍ୟ ପଛାଉ ନଥିଲେ। ଏହି ଚଳଚ୍ଚିତ୍ର ବକ୍ସଅଫିସରେ ସୁପରହିଟ୍‍ ହୋ‍ଇଥିଲା ଓ ଦର୍ଶକମାନଙ୍କୁ ବେଶ୍‍ ପସନ୍ଦ ଆସିଥିଲା।

ଦ ଡାର୍ଟି ପିକ୍‌ଚର

ବିଦ୍ୟା ବାଲାନ ଏହି ‘ଦ ଡାର୍ଟି ପିକ୍‌ଚର’ ସିନେମାରେ ସିଲ୍‌କ ସ୍ମିତା ଚରିତ୍ରରେ ନଜର ଆସିଥିଲେ। ମିଲନ ଲୁଥରିଆ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ବେଳେ ଶୋଭା କପୁର ଓ ଏକତା କପୁର ଏହି ଛବିର ସହ-ନିର୍ମାତା ଥିଲେ। ଏହାଛଡ଼ା ଇମରାନ ହାସମୀ, ନସିରୁଦ୍ଦିନ ଶାହ ଓ ତୁଷାର କପୁରଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସଅଫିସରେ ସୁପରହିଟ୍‍ ହୋ‍ଇଥିଲା।

Comment