ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଜବତ ହୋଇଛି ୧୦୦୦ କେଜିର ବିସ୍ଫୋରକ ସାମଗ୍ରୀ। ୨୭ଟି ବସ୍ତାରେ ପ୍ୟାକ୍ କରାଯାଇ ଏକ ଟ୍ରକ୍‌ରେ  ଚାଲାଣ ହେଉଥିବା ବେଳେ ପୋଲିସ ଏହି ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି। ଟ୍ରକ୍‌ଟି ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଓଡ଼ିଆ ଯୁବକଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ନାଁ ଇନ୍ଦ୍ରଜିତ ଭୂଇ(୨୫) ଏବଂ ପଦ୍ମଲୋଚନ ଦେ(୩୧)। ଇନ୍ଦ୍ରଜିତ ଭୂଇ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ମେଲକା ଗାଁର ବାସିନ୍ଦା। ସେହପରି ପଦ୍ମଲୋଚନ ଦେ ହେଉଛନ୍ତି ସେହି ବ୍ଲକ୍‌ର ମଥାନି ଗାଁର ବାସିନ୍ଦା।

ଓଡ଼ିଶାରୁ ଏକ ଟ୍ରକ୍‌ ବୋଝେଇ ବିସ୍ଫୋରକ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ଏ ବିଷୟରେ ଖବର ପାଇ ପଶ୍ଚିମବଙ୍ଗ ପୋଲିସ ସ୍ପେଶାଲ ଟାକ୍ସଫୋର୍ସ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରକ୍‌ ଉପରେ ଚଢ଼ାଉ କରିଥିଲା। ପୋଲିସ ଟ୍ରକ୍‌ରୁ ବିସ୍ଫୋରକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।

Comment