ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନି ଓ ନୀତା ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି ଓ ଶ୍ଲୋକା ମେହେତା ଆଜି ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏହି ବିବାହ ମୁମ୍ବାଇସ୍ଥିତ ଜିୟୋ ୱର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ।

ସେପଟେ ଅମ୍ବାନିଙ୍କ ବାସ ଭବନ ଏଣ୍ଟିଲିଆକୁ ମଧ୍ୟ ନୂଆ ବୋହୂ ଭଳି ସଜାଯାଇଛି। ଏହି ବିବାହରେ ସାରା ବିଶ୍ୱର ଅନେକ ନାମିଦାମୀ ବ୍ୟକ୍ତି ସାମିଲ ହେବେ।

ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ରିସ୍ପେସନ। ଆକାଶ ଓ ଶ୍ଲୋକା ମେହେତାଙ୍କ ରିସ୍ଫେସନ ପାର୍ଟିରେ ସାମିଲ ହେବେ ଅନେକ ବିଶିଷ୍ଟ ବ୍ୟକ୍ତି।

ଆକାଶ ବିବାହ କରୁଥିବା ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ତଥା ରୋଜି ବ୍ଲୁ ଡାଇମଣ୍ଡସ୍‌ର ମାଲିକ ରଶେଲ ମେହେଟ୍ଟାଙ୍କ ଝିଅ।

ଆକାଶ ଓ ଶ୍ଳୋକାଙ୍କ ନିର୍ବନ୍ଧ ଗତ ବର୍ଷ ଜୁନ ୨୮ ତାରିଖରେ ମୁମ୍ବାଇରେ ହୋଇଥିଲା।

 

Comment