ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଆହତ ଯୋଗେଶ ସିଂହଙ୍କୁ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଯୋଗେଶ ସିଂହଙ୍କ ସହ ଅନ୍ୟ ୪ଜଣ ବି ଆହତ ହୋଇଛନ୍ତି।

ଖବର ମୁତାବକ, ଶୁକ୍ରବାର ରାତିରେ ବିଧାୟକ ଯୋଗେଶ ସିଂହ ଭୁବନେଶ୍ୱର ଆସୁଥିଲେ। ରାତି ପ୍ରାୟ ୩ଟା ବେଳେ ଅନୁଗୋଳଠାରୁ୧୫ କିଲୋମିଟର ଦୂର ଖନ୍ଦାନଳୀ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଠିକ୍‌ ସମୟରେ ତାଙ୍କୁ କାର୍‌ରୁ ବାହାର କରିଦିଆଯାଇଥିଲା। ପରେ କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।

Comment