ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେଲେ ଭୁବନେଶ୍ୱର ସହିଦନଗର ଥାନା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ। ଶନିବାର କମିସନରେଟ ପୋଲିସ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ପୋଲିସ ଛାତ୍ରନେତା ଅମିତ ଜେନାଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଏହାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି ପୋଲିସ।

ପ୍ରକାଶ ତ୍ରିପାଠୀ ଥିଲେ ବିଜୁ ଯୁବ ଜନତା ଦଳର ଉପସଭାପତି। ତେବେ ଏହି ଘଟଣା ପରେ ତାଙ୍କୁ ନିଜ ପଦରୁ ନିଲମ୍ବିତ କରାଯାଇଛି। ଏନେଇ ଯୁବ ବିଜେଡିର ସଭାପତି ଅମରେଶ ପତ୍ରୀ ସୂଚନା ଦେଇଛନ୍ତି।

ଗତ ମାର୍ଚ୍ଚ ୩ରେ ସହିଦ ନଗର ଥାନା ଭିତରେ ପଶି ପୋଲିସ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସହିଦନଗର ଥାନା ଡିସିଓ ଗୁରୁତର ହୋଇଥିବା ବେଳେ ଅନ୍ୟ ୪ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ। ପୋଲିସ ସିସଟିଭି ଆଧାରରେ ପୂର୍ବରୁ ଛାତ୍ରନେତା ଅମିତ ଜେନାଙ୍କ ସହିତ ୬ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି କମିସନରେଟ ପୋଲିସ।

Comment