ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଅପରାହ୍ନରେ ନିର୍ବାଚନ କମିଶନଙ୍କ ବୈଠକ ବସିବ। ନିର୍ବାଚନକୁ ଅଳ୍ପଦିନ ବାକିଥିବା ବେଳେ ଶନିବାରର ବୈଠକ ଅନେକ ଗୁରୁତ୍ୱ ରଖୁଛି।

କୁହାଯାଉଛି ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇପାରେ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ କରାଯାଉଛି।

୨୦୧୯ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ କେବେ ନିର୍ବାଚନ ହେବ ସେ ନେଇ କିଛି ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇନାହିଁ।

ସେପଟେ ନିର୍ବାଚନ ବୈତରଣୀ ପାର ହେବା ଲାଗି ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ସବୁଦଳର ହେବିୱେଟଙ୍କ କହିବା କଥା ଏଥର ନିର୍ବାଚନରେ ସେମାନେ ଜିତିବେ।

Comment