ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସିବେ। ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେବେ। ଗତ ଫେବ୍ରୁଆରି ୧୫ ତାରିଖରେ ଯେଉଁଠିକୁ ଆସିଥିଲେ ପୁଣି ସେହି ସ୍ଥାନରେ ସମାବେଶ ଆୟୋଜନ କରାଯାଇଛି।

ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ବ୍ଲକର ବାରୋହାଟ ନିକଟରେ ପୂର୍ବାହ୍ନ ୧୧ଟା୪୫ରେ ପହଞ୍ଚିବେ। ୧୨ଟା୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ମହିଳା ସମାବେଶରେ ୧ ଲକ୍ଷ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରାପଡ଼ା ଜିଲାର ୯ଟି ବ୍ଲକ ଓ କଟକ ଜିଲ୍ଲାର ୪ଟି ବ୍ଲକରୁ ମହିଳାମାନେ ଏହି ସମାବେଶକୁ ଆସିବେ।

ଏହି ସମାବେଶରେ ଭଲ କାମ କରୁଥିବା ମହିଳା ସ୍ଵୟଂ ସହାୟିକ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ କରିଛନ୍ତି।

ଗତ ଫେବ୍ରୁଆରି ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ବାରୋ ପଡ଼ିଆକୁ ଆସି କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ।

Comment