ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସୀମାରେ ପାକିସ୍ତାନ ସେନା ସଜାଗ ହୋଇ ରହିଥିଲା। ହେଲେ ଆମେ ଆକାଶମର୍ଗରୁ ଆଟାକ୍ କରିଥିଲୁ। ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ଶିବିରକୁ ଛାରଖାର କରିଥିଲା। କିନ୍ତୁ କିଛି ଲୋକ ଆମ ଯବାନଙ୍କ ପରାକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯବାନଙ୍କ ପରାକ୍ରମ ଉପରେ ସନ୍ଦେହ କରିବା ଠିକ୍ କି?” ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଉରୀ ହମ୍‌ଲା ପରେ କିଛି ଲୋକ ପ୍ରମାଣ ମାଗିଥିଲେ। ପ୍ରମାଣ ମାଗିବା ଅର୍ଥ ଆମ ବୀର ଯବାନଙ୍କ ପରାକ୍ରମ ଉପରେ ଆଙ୍ଗୁଳି ଉଠାଇବା।

ଦେଶରେ ଆଦର୍ଶ ଅଚରଣ ବିଧି ଲାଗିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବଡ଼ ରାଲିରେ ଉଦବୋଧନ ଦେଉଛନ୍ତି। ଆଜି ମୋଦି ନୋଏଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ।

ଏହି ଅବସରରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରି ମୋଦି ଏୟାରଷ୍ଟ୍ରାଇକ୍‌କୁ ସମାଲୋଚନା କରୁଥିବା ଦଳ ଉପରେ ଜମେଇକି ବର୍ଷିଥିଲେ।

Comment