ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ତିନି ଥର ଓଡ଼ିଶା ଗସ୍ତରେ ଆସିଲେଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ପରେ ଗତ ୮ ତାରିଖରେ ରାହୁଲ କୋରାପୁଟ ଆସିଥିଲେ।

ରାହୁଲଙ୍କ ଘନଘନ ଓଡ଼ିଶା ଗସ୍ତ କଂଗ୍ରେସକୁ କେତେ ଫାଇଦା ଦେବ ସେନେଇ ଓଡ଼ିଶାଲାଇଭ୍‌ର ‘ଓପିନିଅନ ଓଡ଼ିଶା’ ଅଭିଯାନରେ ପ୍ରଶ୍ନ କରାଯାଇଥିଲା। ଏହି ଅଭିଯାନରେ ଅନେକ ପାଠକ ମତ ରଖି କହିଛନ୍ତି ଯେ ରାହୁଲଙ୍କ ଗସ୍ତ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ।

କଂଗ୍ରେସର ଅବସ୍ଥା ଯାହା ଥିଲା ତାହା ଆହୁରି ଶୋଚନୀୟ ହୋଇଯିବ ବୋଲି ଅନେକ ପାଠକ ମତ ଦେଇଛନ୍ତି। କଂଗ୍ରେସକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ନେତାମାନଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି କିଛି ପାଠକ କହିଛନ୍ତି।

ଓଡ଼ିଶା ହେଉ କି ଜାତୀୟ, ପ୍ରତିଦିନ କିଛି ନା କିଛି ବଡ଼ ଧରଣର ଘଟଣା ଘଟୁଛି। ତା’ସାଙ୍ଗକୁ ଆଗକୁ ନିର୍ବାଚନ ଆସୁଥିବାରୁ ରାଜନୀତିକ ବଜାର ବି ଗରମ ରହିଛି। ବିଶେଷକରି ସୋସିଆଲ ମିଡିଆରେ ସକ୍ରିୟ ଥିବା ଓଡ଼ିଶାର ସାଧାରଣ ପାଠକ ଓ ଦର୍ଶକମାନଙ୍କ ମତାମତକୁ  ଅଗ୍ରାଧିକାର ଦେବା ପାଇଁ ଅଗ୍ରଣୀ ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଆରମ୍ଭ କରାଯାଇଛି ‘ଓପିନିଅନ ଓଡ଼ିଶା’।

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଶନିବାର ଦିନ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। ଆମର ପ୍ରଶ୍ନ ଥିଲା ‘ରାହୁଲଙ୍କ ଘନଘନ ଓଡ଼ିଶା ଗସ୍ତ କଂଗ୍ରେସକୁ କେତେ ଫାଇଦା ଦେବ’?

ଏହି ପ୍ରସଙ୍ଗରେ କମେଣ୍ଟ କରିଥିବା ପାଠକମାନଙ୍କ ମଧ୍ୟରୁ ଅନେକ ନୈରାଶ୍ୟଜନକ ବୋଲି ଦର୍ଶାଇଛନ୍ତି।

ଓଡ଼ିଶାଲାଇଭ୍‌ର ଫେସ୍‌ବୁକ୍‌ ପେଜ୍‌ରେ ଏହି ଅଭିଯାନ ଆରମ୍ଭ ହୋଇଛି। ପ୍ରତିଦିନ ଫେସ୍‌ବୁକ୍‌ ପେଜ୍ www.facebook.com/odishalive ରେ ଆମେ ଉଠାଉଛୁ ପ୍ରଶ୍ନ, ଆପଣମାନେ କମେଣ୍ଟ ବକ୍ସରେ ଦେଉଛନ୍ତି ଉତ୍ତର।

ଏହି ଜନମତ ଅଭିଯାନରେ ସକ୍ରିୟ ରହି ଆପଣ ମୂଲ୍ୟବାନ ମତାମତ ଦେବାକୁ ‘ଓଡ଼ିଶାଲାଇଭ୍‌’ ଟିମ୍‌ ପକ୍ଷରୁ ଆହ୍ୱାନ କରାଯାଉଛି।

Comment