ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ଫିଲ୍ମରେ ଅଭିନୟ କରିଛନ୍ତି ୬ ହିରୋଇନ। ଖୁବଶୀଘ୍ର ପରଦାକୁ ଆସିବ ଏମିତି ଏକ ଓଡ଼ିଆ ଫିଲ୍ମ ହିରାଲାଲ-ମୋତିଲାଲ।

ଓଲିଉଡର ଜଣାଶୁଣା ନିର୍ମାତା ସର୍ଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପୁଣି ଏକ ନୂଆ ଓଡ଼ିଆ ସିନେମା ନିର୍ମାଣ କରୁଛନ୍ତି। ଏହି ଫିଲ୍ମର ଟାଇଟଲ ରହିଛି ହିରାଲାଲ -ମୋତିଲାଲ। ମୁନଟିଭି ଓ ମାଇଁ ହାର୍ଟ ବିଟ୍‌ସ ଫର ଓଲିଉଡର ମିଳିତ ପ୍ରଯୋଜନାରେ ନିର୍ମିତ ହେଉଛି ଏହି ସିନେମା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ୱିନ ଗଡ଼ନାୟକ।

ହୀରାଲାଲ-ମୋତିଲାଲର ଟାଇଟଲରୁ ହିଁ ଜଣାପଡୁଛି ଏହା କମେଡି ଫିଲ୍ମ। ଏଥିରେ ଜଣାଶୁଣା ହାସ୍ୟ ଅଭିନେତା ଅମର ଓ ଗୁଡୁ ଅଭିନୟ କରିଛନ୍ତି। ଏହି ଦୁଇ ଅଭିନେତାଙ୍କ ବ୍ୟତୀତ ବାଳକୃଷ୍ଣଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ହିରାଲାଲ-ମୋତିଲାଲର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ସୁମନ, କାଳିଆ, ଜୀବନ ପଣ୍ଡା, ବାବୁ ପ୍ରଧାନ, ସଲିଲ ମିତ୍ର, ଦେବୁ ବ୍ରହ୍ମା ପ୍ରମୁଖ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଫିଲ୍ମରେ ଦୁଇ କି ତିନି ଜଣ ନୁହେଁ ୬ଜଣ ନାୟିକାଙ୍କୁ ଭେଟିବେ ଦର୍ଶକ। ଏହି ସମ୍ତ ନାୟିକା ନବାଗତା ଯେଉଁ ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ ସେମାନେ ହେଲେ ମେହେକ୍‌, ଅମ୍ରିତା, ପ୍ରଜ୍ଞା,  ପୁଷ୍ପାରାଣୀ, ରୋଜାଲିନ।

Comment