ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବାଜିଲା ନିର୍ବାଚନ ବିଗୁଲ୍। ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା ଲୋକସଭା ଏବଂ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି।

ଶ୍ରୀ ଅରୋରା କହିଛନ୍ତି ଯେ ଚଳିତ ଭୋଟ ୭ଟି ପର୍ଯ୍ୟାୟରେ ଶେଷ ହେବ। ଏପ୍ରିଲ ୧୧ରୁ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇ ମେ’ ୧୯ରେ ଶେଷ ହେବ। ମେ’ ୨୩ ତାରିଖରେ ଭୋଟ ଗଣନା କରାଯିବ।

ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୧ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୮ରେ, ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ, ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ଭୋଟ, ମେ’ ୬ରେ ପଞ୍ଚମ ପର୍ଯ୍ୟାୟ ଭୋଟ, ମେ’ ୧୨ରେ ଷଷ୍ଠ ପର୍ଯ୍ୟାୟ ଭୋଟ, ମେ’ ୧୯ରେ ସପ୍ତମ ପର୍ଯ୍ୟାୟ ଭୋଟ ହେବ।

ପ୍ରଥମ ପର୍ଯ୍ୟାୟରେ ୯୧ଟି ଲୋକସଭା ଆସନରେ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୯୭ ଲୋକସଭା ଆସନ, ତୃତୀୟ ପର୍ଯ୍ୟାୟରେ ୧୧୫ ଲୋକସଭା ଆସନ, ଚତୁର୍ଥ ପର୍ଯ୍ୟାୟରେ ୭୧ ଆସନ ପାଇଁ ନିର୍ବାଚନ ହେବ।

ସେହିପରି ପଞ୍ଚମ ପର୍ଯ୍ୟାୟରେ ୫୧ ଆସନ, ଷଷ୍ଠ ପର୍ଯ୍ୟାୟରେ ୫୯ ଆସନ ଏବଂ ସପ୍ତମ ପର୍ଯ୍ୟାୟରେ ୫୯ଟି ଆସନ ପାଇଁ ନିର୍ବାଚନ ହେବ।

ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ଭୋଟ ହେବ। ଓଡ଼ିଶାରେ ଏକ ସମୟରେ ହେବ ଲୋକସଭା ଏବଂ ବିଧାନସଭା ନିର୍ବାଚନ।

Comment