ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଫିଲ୍ମମେକର କରଣ ଜୋହରଙ୍କ ଫିଲ୍ମ “କଳଙ୍କ”ର ରିଲିଜ ଡେଟ୍‌ ପରିବର୍ତ୍ତନ ହୋଇଛି। ପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୧୯ରେ ରିଲିଜ ହେବାର ଥିଲା। ଏବେ ଏଥିରେ ପରିବର୍ତ୍ତନ ହୋଇଛି। ଫିଲ୍ମଟି ଏପ୍ରିଲ୧୯ରେ ରିଲିଜ ହେବା ବଦଳରେ ଏପ୍ରିଲ ୧୭ରେ ରିଲିଜ ହେବ।

ଖବର ମୁତାବକ ଫିଲ୍ମର ଟ୍ରେଲର ମାର୍ଚ୍ଚ ୧୨ରେ ରିଲିଜ ହେବ।

 

ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରୁଣ ଧୱନ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ମଲ୍ଟିଷ୍ଟାରର ସହ ବିଗ୍‌ ବଜେଟରେ ତିଆରି ଚାଲିଥିବା ଏହି ଫିଲ୍ମରେ ସୋନିକ୍ଷୀ, ସଞ୍ଜୟ ଦତ୍ତ, ମାଧୁରୀ, ଆଦିତ୍ୟ ରୟ କପୁର ମଧ୍ୟ ଅଭିନୟ କରୁଛନ୍ତି। ନିକଟରେ ଫିଲ୍ମରେ ଆଲିଆଙ୍କ  ଲୁକ୍‌  ସାମ୍ନାକୁ ଆସିଥିଲା। ଫିଲଲ୍ମରେ ଆଲିଆ ଋପ୍‌ ନାମକ ଏକ ଚରିତ୍ରରେ ଅଭିନୟ କରିଛନ୍ତି।

Comment