ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ଟିକାକରଣ ଅଭିଯାନ ଅନ୍ତର୍ଗତ ୫ ବର୍ଷରୁ କମ ବୟସର ୧୭ କୋଟିରୁ ଅଧିକ ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ୫ ବର୍ଷରୁ କମ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ-୨୦୧୯ର ଶୁଭାରମ୍ଭ କରିଛନ୍ତି। ରବିବାର ଜାତୀୟ ଟିକାକରଣ ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଦେଶକୁ ପୋଲିଓ ମୁକ୍ତ କରିବା ପାଇଁ ଟିକାକରଣ ଅଭିଯାନ ଅନ୍ତର୍ଗତ ୫ ବର୍ଷରୁ କମ ବୟସର ୧୭ କୋଟିରୁ ଅଧିକ ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବ ।

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଟିକାକରଣ ଅଭିଯାନର ଉଦ୍ଦେଶ୍ୟ ଶିଶୁମାନଙ୍କୁ ପୂର୍ବାପେକ୍ଷା ୫ରୁ ଅଧିକ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବ। ଏଥିପାଇଁ ନ୍ୟୁମୋକୋକଲ କଞ୍ଜୁଗେଟ, ରୋଟା ଭାଇରସ ଏବଂ ମିଜିଲ୍ସ ରୁବେଲା ଭଳି ନୂଆ ଟିକା ଆରମ୍ଭ କରାଯାଇଛି”, ଏହି ଅବସରରେ ନଡ୍ଡା କହିଛନ୍ତି।

ସେ ଆହୁରି କହିଛନ୍ତି ଶିଶୁମାନଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବା ଲାଗି ସରକାର ଇଞ୍ଜେକସନ ଜରିଆରେ ପୋଲିଓ ଟିକା ଦେବା ଲାଗି ନିଜର ନିୟମିତ ଟିକାକରଣ ଅଭିଯାନରେ ଇନଆକ୍ଟିଭେଟେଡ ପୋଲିଓ ଟିକା ମଧ୍ୟ ସାମିଲ କରାଯାଇଛି। ସରକାର ଶିଶୁମାନଙ୍କୁ ଅଧିକରୁ ଅଧିକ ରୋଗରୁ ରକ୍ଷା କରିବା ଲାଗି ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି। ଟିକାକରଣ ଅଭିଯାନ ଅନ୍ତର୍ଗତ ସମସ୍ତ ପ୍ରକାରର ଟିକାଦେଶର ପ୍ରତ୍ୟେକ କୋଣରେ ଥିବା ଶିଶୁ ନିକଟରେ ପହଁଚାଇବା ସରକାରଙ୍କ ଉଦ୍ଦେଶ୍ୟ।

            କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

“ସାର୍ବଜନୀନ ଟିକାକରଣ ଅଭିଯାନ ସହିତ ଦେଶରେ ମିଶନ ଇନ୍ଦ୍ରଧନୁଶର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ୯୦ ପ୍ରତିଶତରୁ ଅଧିକ ଶିଶୁଙ୍କୁ ଟିକାକରଣ ପରିଧି ମଧ୍ୟକୁ ଅଣାଯିବାର ଲକ୍ଷ୍ୟ ହାସଲ କରାଯାଇପାରିବ। ଇନ୍ଦ୍ରଧନୁଶ ଅନ୍ତର୍ଗତ ବର୍ତମାନ ସୁଦ୍ଧା ୩.୩୯ କୋଟି ଶିଶୁ ଏବଂ ୮୭ ଲକ୍ଷ ଗର୍ଭବତୀ ମହିଳାମାନଙ୍କର ଟିକାକରଣ କରାଯାଇସାରିଛି”, କହିଛନ୍ତି ନଡ୍ଡା।

ନଡ୍ଡାଙ୍କ କହିବା ଅନୁସାରେ ୨୦୧୪ରେ ଯେଉଁଠି ପ୍ରତି ୧ ହଜାରରେ ୩୯ ଜଣ ଶିଶୁ ମୃତ୍ୟୁବରଣ କରୁଥିବାବେଳେ ୨୦୧୭ରେ ଏହା ହ୍ରାସ ପାଇଁ ୩୨ରେ ପହଁଚିଛି।

କେବଳ ପୋଲିଓ କାର୍ଯ୍ୟକ୍ରମ ନୁହେଁ ବରଂ ଟିକାକରଣର ଅନ୍ୟ ପ୍ରୟାସକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ ଏବଂ ରୋଟାରୀ ଇଂଟରନ୍ୟାସନାଲ ଭଳି ସଂଗଠନଗୁଡ଼ିକର ପ୍ରୟାସକୁ ମଧ୍ୟ ଶ୍ରୀ ନଡ୍ଡା ପ୍ରଶଂସା କରିଥିଲେ। ସେ ଦେଶକୁ ପୋଲିଓ ମୁକ୍ତ ରଖିବା ଲାଗି ହଜାର ହଜାର ସ୍ୱେଚ୍ଛାସେବୀ, ଆଗଧାଡ଼ିର କର୍ମୀ ଏବଂ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦନଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଏବଂ ଅଭିଯାନରେ ସହଯୋଗ କରୁଥିବା ବିଭିନ୍ନ ସଂଗଠନର ପ୍ରତିନିଧିମାନେ ସାମିଲ ଥିଲେ।

Comment