ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିକିତ୍ସା ବିଜ୍ଞାନରେ କେତେ ପ୍ରଗତି ଆସିଛି ତାହାର ଏକ ଉଦାହରଣ ରାଜସ୍ଥାନର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି। ୭୨ ବର୍ଷୀୟ ବୃଦ୍ଧାଙ୍କୁ ଅଚେତ ନକରି  ତାଙ୍କର ବ୍ରେନ ସର୍ଜରୀ କରିଛନ୍ତି ଡାକ୍ତର। ସବୁଠୁ ବଡ଼ କଥା ହେଲା ଅପରେସନ ସମୟରେ ବୃଦ୍ଧା ଜଣଙ୍କ ସ୍ୱାମୀଙ୍କ ସହିତ ଫୋନରେ କଥା ହେଉଥିଲେ। ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ବୃଦ୍ଧାଙ୍କ ସର୍ଜରୀ ଚାଲିଥିଲା ଏବଂ ଏହି ସମୟରେ ବୃଦ୍ଧା ଜଣଙ୍କ ଡାକ୍ତରଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଥିଲେ।

ବୃଦ୍ଧାଙ୍କ କହିବାନୁଯାୟୀ ମସ୍ତିଷ୍କର ଯେଉଁ ଅଂଶରେ ଟିଉମର ହୋଇଥିଲା ତାହା ଶରୀରର ବାକ୍ ନିୟନ୍ତ୍ରଣ ଉପରେ ପ୍ରଭାବ ପକାଇଥାଏ। ଏଣୁ ସର୍ଜରୀ ସମୟରେ ବୃଦ୍ଧାଙ୍କ ଚେତା ରହିବା ଆବଶ୍ୟକ ଥିଲା। ଡାକ୍ତରଙ୍କ ପାଇଁ ଏପରି ଭାବେ ସର୍ଜରୀ କରିବା ଖୁବ କଷ୍ଟକର ଥିଲା। କିନ୍ତୁ ବୃଦ୍ଧାଙ୍କ ଦୃଢ ମନୋବଳ ଏବଂ ସାହାସ ଡାକ୍ତରଙ୍କୁ ସର୍ଜିରୀ କରିବାରେ ସହାୟତା କରିଥିଲେ।

ଡ଼ାକ୍ତର ବୃଦ୍ଧାଙ୍କୁ ଅଚେତ ନକରି ସର୍ଜରୀ କରିବାର ମୁଖ୍ୟ କାରଣ, ସର୍ଜରୀ ଦ୍ୱାରା ତାଙ୍କ ବାକ ନିୟନ୍ତ୍ରଣରେ କୌଣସି ପ୍ରଭାବ ପଡ଼ୁ ରହିଥିଲା। ଯଦି ସର୍ଜରୀ ସମୟରେ କୌଣସି ପ୍ରକାରର ପ୍ରଭାବ ପଡିଥାନ୍ତି ତେବେ ସେହି ସମୟରେ ହିଁ ତାହାକୁ ଠିକ୍ କରାଯାଇ ପାରିଥାନ୍ତା। ଏଣୁ ବୃଦ୍ଧା ଜଣଙ୍କ ସର୍ଜରୀ ସମୟରେ ସ୍ୱାମୀଙ୍କ ସହ ଫୋନରେ କଥା ହେବା ସହ ଡାକ୍ତରଙ୍କ ସହ ମଧ୍ୟ କଥା ହେଉଥିଲେ।

ସର୍ଜରୀ କରାଯାଇଥିବା ମହିଳାଙ୍କ ନାମ ଶାନ୍ତି ଦେବୀ। ତାଙ୍କୁ ବିଗତ କିଛି ଦିନ ହେବ କଥା କହିବାରେ ଅସୁବିଧା ହେବା ସହ ମୁଣ୍ଡ ବୁଲାଇ ହେଉଥିଲା। ଶାନ୍ତିଙ୍କ ସମସ୍ତ ଟେଷ୍ଟ କରାଯିବା ସହ ତାଙ୍କର ମସ୍ତିଷ୍କରେ ଟିଉମର ଥିବା କୁହାଯାଇଥିଲା। ଯାହାପରେ ସର୍ଜରୀ କରିବାକୁ କହିଥିଲେ ଡାକ୍ତର। କିନ୍ତୁ ଏହି ସମୟରେ ଶାନ୍ତିଙ୍କୁ କଥାବାର୍ତ୍ତା ହେବାକୁ କୁହାଯାଇଥିଲା। ଏଣୁ ସେ ସର୍ଜରୀର ୪୫ମିନିଟ ତାଙ୍କ ସ୍ୱାମୀଙ୍କ ସହ କଥା ହେଉଥିଲେ।

Comment