ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ବିଜେଡିର ‘ହକ୍‌ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଜରିଆରେ କେନ୍ଦ୍ରର ଅବହେଳା ନେଇ ଲୋକଙ୍କ ପାଖକୁ ଯିବ ଦଳ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି, ମହାନଦୀ, ଏମଏସ୍‌ପି, ରେଳବାଇ ପ୍ରସଙ୍ଗ ଉଠାଇବ ବିଜେଡି।

ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରତ୍ୟେକ ଗାଁରେ ସଭା କରିବ ଦଳ।

ସେପଟେ ରବିବାର ବିଜେପିର ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ଗାଁ, ସହର ସବୁଠି ୫ ହଜାର ସଭା କରିବ ବୋଲି ଘୋଷଣା କରିଛି। ବିଜେପିକୁ ଟକ୍କର ଦେବା ପାଇଁ ବିଜେଡି କାର୍ଯ୍ୟକ୍ରମ ଆରମ୍ଭ କରିଛି।

ରବିବାର ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ହେବାପରେ ଦଳ ଗଡ଼ିକ ପ୍ରସ୍ତୁତି ଜୋର କରିଛନ୍ତି।

 

Comment