ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ସୈଫ ଅଲ୍ଲୀ ଖାନ୍‌, ଅଭିନେତ୍ରୀ ନୀଲମ,ତବୁ, ସୋନାଲୀ ଓ ଦୁଷ୍ମନ୍ତ କୁମାରଙ୍କ ଲାଗି ପୁଣିଥିରେ ଅଡ଼ୁଆ ପରିସ୍ଥିତି ଉପୁଜିପାରେ। କୃଷ୍ଣସାର ମୃଗ ଶିକାର ଘଟଣାରେ ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ୍‌ ମନୋଜ କୁମାର ସମସ୍ତଙ୍କୁ ପୁଣିଥରେ ନୋଟିସ୍‌ ଜାରି କରିଛନ୍ତି।

କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍‌ଙ୍କ ସହ ଏମାନେ ସମ୍ପୃକ୍ତ ଥିଲେ। ଯାହାର ଶୁଣାଣି ଅନେକବର୍ଷ ହେବ ହୋଇଥିଲା। ନିକଟରେ ରାଜସ୍ଥାନର ସିଜିଏମ୍‌ ଗ୍ରାମୀଣ କୋର୍ଟ ଏମାନଙ୍କୁ ନିର୍ଦ୍ଦୋଶରେ ଖଲାସ୍‌ କରିଥିଲା

କୋର୍ଟ ନୋଟିସ୍‌ ଜାରି କରିବା ସହ ୮ସପ୍ତାହ ମଧ୍ୟରେ ଜବାବ୍‌ ରଖିବାକୁ କହିଛନ୍ତି। ଏ ନେଇ ସୈଫ ଅଲ୍ଲୀ ଖାନ୍‌, ଅଭିନେତ୍ରୀ ନୀଲମ,ତବୁ, ସୋନାଲୀ ଓ ଦୁଷ୍ମନ୍ତ କୁମାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏ ସମ୍ପୂର୍ଣ୍ଣ ଘଟଣା ୧୯୯୮ରେ ଫିଲ୍ମ ହମ ସାଥ ସାଥ ହୈର ସୁଟିଂରୁ ଆରମ୍ଭ ହୋଇଥିଲା। ସୁଟିଂ ପରେ ସଲମାନଙ୍କ ଦ୍ୱାରା ହୋଇଥିବା କୃଷ୍ଣସାର ମୃଗ ଶିକାର ମାମଲାରେ ଏହି କଳାକାରମାନେ ତଦନ୍ତ ପରିସର ଭୂକ୍ତ ହୋଇଥିଲେ।

Comment