ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆକାଶ ଅମ୍ବାନିଙ୍କ ରିସେପ୍‌ସନ ପାର୍ଟିରେ ବଲିଉଡର ବହୁ କଳାକାର ଯୋଗ ଦେଇଛନ୍ତି।

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା, ଶିଳ୍ପା ସେଟ୍ଟୀ, କରିସ୍ମା କପୁର ଫିଲ୍ମ ଦୁନିଆଁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ଫିଟନେସ୍‌ ଆଜି ବି ଚର୍ଚ୍ଚାରେ ରହିଛି। ଆକାଶ ଅମ୍ବାନିଙ୍କ ରିସେପ୍‌ସନ ପାର୍ଟିରେ ଏହି ହିରୋଇନମାନେ ପ୍ରମାଣ କରଦେଇଛନ୍ତି ବୟସ ତାଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇ ପାରିନି।

ରବିବାର ମୁମ୍ବାଇରେ ଆକାଶ ଅମ୍ବାନିଙ୍କ ରିସେପ୍‌ସନ ପାର୍ଟିରେ ମଲାଇକା ଅରୋରା, ଶିଳ୍ପା ସେଟ୍ଟୀ, କରିସ୍ମା କପୁର, ଐଶ୍ୱର୍ଯ୍ୟା, କରିସ୍ମା କପୁର, କାଜଲ ପହଞ୍ଚିଥିଲେ। ସମସ୍ତଙ୍କ ନଜର ଏହି ହିରୋଇନଙ୍କ ଉପରେ ରହିଥିଲା।  ପାର୍ଟିରେ ଏହି ହିରୋଇନଙ୍କ ଉପସ୍ଥିତିକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ପାର୍ଟିରେ ଅଭିନେତ୍ରୀ ରେଖା ବି ନଜର ଆସିଥିଲେ। ୬୪ ବର୍ଷ ବୟସରେ ରେଖା ମଧ୍ୟ  ନିଜକୁ ଫିଟ୍ ରଖିଛନ୍ତି। ଆକାଶ ଅମ୍ବାନିଙ୍କ ରିସ୍ପେସନ ପାର୍ଟିରେ ଏହି ହିରୋଇନଙ୍କ ଫଟୋକୁ  ସୋସିଆଲ ମିଡିଆରେ ପ୍ରଂଶସକ ଖୁବ୍‌ ପସନ୍ଦ କରିଛନ୍ତି।

Comment