ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ଏହାପରେ ରାଜ୍ୟରେ ମଧ୍ୟ ରାଜନୈତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି।

ସମସ୍ତ ଦଳର ଦୃଢ ଉକ୍ତି ଯେ ଆମେ ସରକାର ଗଢ଼ିବୁ। ଏହାରି ଭିତରେ ଗତ ୧୯ବର୍ଷଧରି ଶାସନ କରି ଆସୁଥିବା ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏ ନେଇ  ପ୍ରତିକ୍ରିୟା ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ନିର୍ବାଚନ ଲାଗି ପ୍ରସ୍ତୁତ ଅଛୁ। ଖୁବ୍‌ଶୀଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।”

ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ ଲାଗୁଛି କି ଆଗାମୀ ନିର୍ବାଚନ ଲାଗି ବିଜେଡି ପୂରା ପ୍ରସ୍ତୁତ ଅଛି। ୪ଥର ନିର୍ବାଚନ ଜିତିଥିବା ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ଲାଗି ଅଙ୍କକଷା ଆରମ୍ଭ କରିଦେଇଛନ୍ତି।

Comment