ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘କସୌଟି ଜିନ୍ଦେଗୀ କେ ୨’ ହିନା ଖାନଙ୍କ ସ୍ଥାନରେ କୋମଲିକା ଚରିତ୍ରରେ ନଜର ଆସିବେ ଆଉ ଜଣେ ଅଭିନେତ୍ରୀ।

ଷ୍ଟାରପ୍ଲସରେ ପ୍ରସାରିତ ଲୋକପ୍ରିୟ ସିରିଏଲ ‘କସୌଟି ଜିନ୍ଦେଗୀ କେ ୨’କୁ କମ୍‌ ଦିନରେ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହି ସିରିଏଲରେ ଦୁଇ ଚରିତ୍ର କୋମିଲିକା ଓ ପ୍ରେରଣା ସିରିଏଲର ମୁଖ୍ୟ କେନ୍ଦ୍ରବିନ୍ଦୁ।

ଏହି ସିରିଏଲରେ କୋମଲିକା ଚରତ୍ରରେ ଅଭିନୟ କରିଛନ୍ତି ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ତେବେ ଏହି ସିରିଏଲରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ସିରିଏଲରେ ହିନା ଖାନ୍‌ଙ୍କ ବଦଳରେ କୋମଲିକା ଚରତ୍ରରେ ଆଉ ଜଣେ ନୂଆ ଅଭିନେତ୍ରୀ ଆସିବାକୁ ଯାଉଛନ୍ତି। ଏହି ନୂଆ ଅଭିନେତ୍ରୀ ଜଣକ ହେଲେ ଅଲିଶା। କଲର୍ସରେ ପ୍ରସାରିତ ଇଶ୍କ ମେଁ ମରଜାୱାଁ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ସିରିଏଲରେ ସେ ଆରୋହୀ ଚରିତ୍ରରେ ଅଭିନୟ କରିଥିଲେ।

ସେପଟେ ଅଭିନେତ୍ରୀ ହିନା ଖାନ ଏହି ସିରିଏଲ ଛାଡ଼ିବାର କାରଣ ବଲିଉଡରେ ଏଣ୍ଟ୍ରି କୁହାଯାଉଛି। ବଲିଉଡରେ ଏଣ୍ଟ୍ରି କରୁଥିବାରୁ ସେ ସିରିଏଲ ଛାଡ଼ିବାକୁ ଯାଉଛନ୍ତି। ଏପ୍ରିଲ ପରଠାରୁ ସେ ଆଉ ‘କସୌଟି ଜିନ୍ଦେଗୀ କେ ୨’ରେ ନଜର ଆସିବେନି।

Comment