ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ନିର୍ବାଚନ ତାରିଖ ଘୋଷଣା କରିବା ଦହି ନିର୍ବାଚନ ଆୟୋଗ ଦଳ ଓ ପ୍ରାର୍ଥୀଙ୍କ ପାଇଁ କେତେକ ସୋସିଆଲ ମିଡିଆ କଟକଣା ଜାରି କରିଛନ୍ତି।

ଲୋକସଭା ନିର୍ବାଚନ ୨୦୧୯ର ତାରିଖ ଘୋଷଣା ହୋଇଛି। ଏହି ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟୟ ମତଦାନ ଏପ୍ରିଲ ୧୧ରେ ହେବ ଓ ଶେଷ ପର୍ଯ୍ୟାୟ ମତଦାନ ମେ ୧୯ରେ ହେବ। ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦଳଗୁଡ଼ିକ ପାଇଁ ସୋସିଆଲ ମିଡିଆ କ୍ଷେତ୍ରରେ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

 ଜାଣନ୍ତୁ ଦଳ ଓ ପ୍ରାର୍ଥୀଙ୍କ ପାଇଁ କ’ଣ ରହିଛି କଟକଣା

୧- ନାମାଙ୍କନ ପତ୍ର ଦାଖଲ ସମୟରେ ଆଶାୟୀ ପ୍ରାର୍ଥୀଙ୍କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଯେପରିକି ଫେସବୁକ, ଇନ୍‌ଷ୍ଟାଗ୍ରାମ, ଟୁଇଟର, ୟୁଟ୍ୟୁବ୍‌ର ସମସ୍ତ ତଥ୍ୟ ଦେବାକୁ ପଡ଼ିବ।

୨- ଦଳଗଗୁଡ଼ିଙ୍କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେବାକୁ ହେଲେ ସେଥିପାଇଁ ସାର୍ଟିଫିକେଟ ବାହାର କରିବାକୁ ପଡ଼ିବ।

୩- ବିନା ଭେରିଫିକେସନରେ କୌଣିସି ବିଜ୍ଞାପନ ଫେସ୍‌ବୁକ୍‌, ଟୁଇଟର, ୟୁଟ୍ୟୁବ୍‌ରେ ପୋଷ୍ଟ କରିପାରିବେ ନାହିଁ।

୪-ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନୀ ଖର୍ଚ୍ଚରେ ସୋସିଆଲ ମିଡିଆରେ ହୋଇଥିବା ଖର୍ଚ୍ଚକୁ ସାମିଲ କରିବାକୁ ହେବ।

୫- କୌଣସି ଦଳ ନିର୍ବାଚନ ପ୍ରଚାର ପ୍ରସାର ପାଇଁ ସେନାର ଫଟୋ ବ୍ୟବହାର କରିପାରିବେ ନାହିଁ।

୬-  କୌଣସି ଦଳ ଫେକ୍‌ ନ୍ୟୁଜ,  ଫେକ୍‌ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ।

୭-  ଗୁଗୁଲ, ଟୁଇଟର, ଫେସବୁକ୍‌ରେ ପୋଷ୍ଟ ହେବାକୁ ଥିବା ବିଜ୍ଞାପନଗୁଡ଼ିକୁ ବିଶେଷ ଢ଼ଙ୍ଗରେ ଡିଜାଇନ କରାଯିବ। ସେହିପରି ହ୍ୱାଟ୍‌ସଆପ ପାଇଁ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌  ଜାରି ହୋଇନାହିଁ।

Comment