ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ତାରିଖ ଘୋଷଣା ହେବା ପରେ କେନ୍ଦ୍ରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି। ତେବେ କେଉଁ ପ୍ରସଙ୍ଗରେ ଉଭୟ ଦୁଇ ଦଳ ପାଇଁ ହତିଆର ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି।

ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନୂଆ ସରକାର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏଥର ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି। କେନ୍ଦ୍ରରେ ମୋଦି ପୁଣିଥରେ ଶାସନ ଭାର ସମ୍ଭାଳିବାକୁ ପ୍ରସ୍ତୁତି କରୁଥିଲାବେଳେ ସେପଟେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ସତ୍ତାକୁ ଆସିବାକୁ ଚେଷ୍ଟା କରୁଛି।

ନିର୍ବାଚନ ପୂର୍ବରୁ ଏମିତି ଅନେକ ପ୍ରସଙ୍ଗ ରହିଛି ଯାହାକୁ ନେଇ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହେବେ। ଏହି ପ୍ରସଙ୍ଗ ନିର୍ବାଚନରେ କିଏ  ବହୁମତ ହାସଲ କରିବ ତାହା ସ୍ଥିର କରିପାରେ।

ଦେଶ ସୁରକ୍ଷା

ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ଦେଶ ସୁରକ୍ଷା ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି। ଗୋଟିଏ ପଟେ ବିଜେପି ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛି ବୋଲି କହୁଥିଲାବେଳେ କଂଗ୍ରେସ ଏହାକୁ ବିରୋଧ କରୁଛି। ବିଜେପି ଶାସନ ଭିତରେ ଥରେ ସର୍ଜିକାଲ ଷ୍ଟ୍ରାଇକ ଓ ଥରେ ଏୟାରଷ୍ଟ୍ରାଇକ ହୋଇଛି। ଏହାକୁ କଂଗ୍ରେସ ବିରୋଧ କରି ବିଜେପିଠାରୁ ପ୍ରମାଣ ମାଗିଛି। ନିର୍ବାଚନ ପାଇଁ ମୋଦି ଦେଶ ସୁରକ୍ଷାକୁ ବିପଦରେ ପକାଉଥିବା କଂଗ୍ରେସ କହିଛି।

କୃଷକ

୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବାକୁ ପ୍ରତିଶ୍ରୁତି ଦେଇ ବିଜେପି ଶାସନକୁ ଆସିଥିଲା। ଏଥର ବି କୃଷକଙ୍କ ପାଇଁ ମୋଦି ପ୍ୟାକେଜ ଘୋଷଣା କରିଛନ୍ତୀ। ପିଏମ୍‌ କିଷାନ ଯୋଜନା ଜରିଆରେ କୃଷକଙ୍କୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଦିଆଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ବି କୃଷକଙ୍କ କଥା ସବୁଠି କହି ଆସୁଛି। ଗତ ୫ ବର୍ଷରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ଘଟିଛି ବୋଲି କଂଗ୍ରେସ କହିଛି।

congress

ରାଫେଲ

ରାଫେଲ ପ୍ରସଙ୍ଗ ନେଇ କଂଗ୍ରେସ ସବୁବେଳେ ବିଜେପିକୁ ଘେରିଛି। ନିକଟରେ ରାଫେଲ ଡକ୍ୟୁମେଣ୍ଟ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ଏହା ନିର୍ବାଚନ କୁ ନେଇ କଂଗ୍ରେସ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇପାରେ।

ରାମ ମନ୍ଦିର

୧୯୯୦ ମସିହା ପରେ ସବୁ ନିର୍ବାଚନରେ ରାମ ମନ୍ଦିର ମୁଖ୍ୟ ପ୍ରସଙ୍ଗ ହୋଇଛି। ଏଥର ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ନିଯୁକ୍ତି ପାଇଁ କହିଛନ୍ତି। ମନ୍ଦିର କିଏ ନିର୍ମାଣ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ରାହୁଲ ଗାନ୍ଧି ଗୁଜୁରାଟ, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଧାନସଭାରେ ନିର୍ବାଚନରେ ରାମ ମନ୍ଦିର ପ୍ରସଙ୍ଗ ଉଠାଇଥିଲେ।

Comment