ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନିର୍ବାଚନ ତାରିଖ ଧାର୍ଯ୍ୟ ହେବା ପରେ ଚଳଚଞ୍ଚଳ ହୋଇପଡ଼ିଛି ଜାତୀୟ ରାଜନୀତି। ଏହା ମଧ୍ୟରେ ଦିଲ୍ଲୀରେ କଂଗ୍ରେସ ସହ ଆମ୍‌ ଆଦମୀ ପାର୍ଟିର ମେଣ୍ଟରେ ପୁର୍ଣ୍ଣଛେଦ ପଡ଼ିଛି। ଆସନ୍ତା ଲୋକସଭା ନିର୍ବାଚନରେ ଦିଲ୍ଲୀରୁ ଆମ୍‌ ଆଦମୀ ପାର୍ଟି ସହିତ କଂଗ୍ରେସ ମେଣ୍ଟ କରିବ ନାହିଁ। ଏନେଇ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି।

ଏହି ଅବସରରେ ରାହୁଲ କହିଛନ୍ତି, ଦିଲ୍ଲୀର ମୋଟ ୭ଟି ଲୋକସଭା ଆସନରେ କଂଗ୍ରେସ ହିଁ ଜିତିବ, ତେଣୁ ମେଣ୍ଟ କରିବାର କୌଣସି ଆବଶ୍ୟକତା ନାହିଁ।

ରାହୁଲଙ୍କ ସ୍ପଷ୍ଟତା ପରେ ଆପ୍‌ ନେତା ଗୋପାଲ ରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ଗୋପାଲ ରାୟ କହିଛନ୍ତି, “ଆସନ୍ତା ନିର୍ବାଚନରେ ଆପ୍‌ ନିଜ ବଳରେ ନିର୍ବାଚନ ଲଢ଼ିବ। କଂଗ୍ରେସ ସହ ମେଣ୍ଟ ହେବା ନେଇ ଆମର କୌଣସି କଥାବର୍ତ୍ତା ହୋଇନଥିଲା। କଂଗ୍ରେସ ସହ ଆପ୍‌ର ମେଣ୍ଟ ହେବାର ପ୍ରଶ୍ନ ଉଠୁନି।

Comment