ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦରରେ ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ତଥା ସିଂହଦ୍ୱାରରେ ଟ୍ରାଫିକ୍‌ ନିୟନ୍ତ୍ରଣ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଏଣିକି ପୁରୀ ସିଂହଦ୍ୱାର ନୋ-ପାର୍କିଂ ଜୋନ୍‌ ଏବଂ ନୋ ବେଗିଂ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ସିଂହଦ୍ୱାର ଓ ଏହାର ଆଖପାଖ ସ୍ଥାନରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ଏଥିସହ ସିଂହଦ୍ୱାରରେ ଚାରିଚକିଆ ଓ ଦୁଇଚକିଆ ଯାନ ପାର୍କିଂକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଛି।

ଏଡି ପରିପେକ୍ଷୀରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ସିଂହଦ୍ୱାର ସମ୍ମୁଖରେ ବସୁଥିବା ଭିକାରୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ତାନାନ୍ତର କରିବା ଓ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶ୍ରୀମନ୍ଦିର ସେବାୟତ ଓ ଶ୍ରଦ୍ଧାଳୁମାନେ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Comment