ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରିୟଙ୍କା ଗାନ୍ଧି ହେଉଛନ୍ତି ଗାନ୍ଧି ପରିବାରର ୧୧ ତମ ସଦସ୍ୟ, ଯିଏ କଂଗ୍ରେସ ରାଜନୀତିରେ କରିଛନ୍ତି ଏଣ୍ଟ୍ରି। ଜାଣନ୍ତୁ ପ୍ରିୟଙ୍କାଙ୍କ ବିଷୟରେ ୧୦ଟି କଥା।

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ମହାସଚିବ ଦାୟିତ୍ୱ ଦିଆଯାଇଛି। ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୧୪ ନିର୍ବାଚନ ପରେ କଂଗ୍ରେସ ଯେଉଁ ସଙ୍କଟ ଦେଇ ଗତି କରୁଛି ତାକୁ ସୁଧାରିବା ପାଇଁ ପ୍ରିୟଙ୍କା କଂଗ୍ରେସରେ ଏଣ୍ଟ୍ରି କରିଥିବା କୁହାଯାଉଛି। ୨୦୧୪ ନିର୍ବାଚନ ପରେ ଯେତେବେଳେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା ସେତେବେଳେ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରିୟଙ୍କା ଗାନ୍ଧିଙ୍କୁ ଚାହିଁଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ତାହା ସାକାର ହୋଇଛି। ଜାଣନ୍ତୁ କଂଗ୍ରେସର ଗେମ୍‌ଚେଞ୍ଜର କୁହାଯାଉଥିବା ପ୍ରିୟଙ୍କା ଗାନ୍ଧିଙ୍କ ବିଷୟରେ ୧୦ଟି କଥା।

  • କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନିଜର ପ୍ରଥମ ସାର୍ବଜନିକ ଭାଷଣ ୧୬ ବର୍ଷରେ ଦେଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ବାରଣାସୀରୁ ଛିଡ଼ା ହେବା ପାଇଁ ଛାହୁଁଥିଲେ।
  • ପ୍ରିୟଙ୍କା ଦିଲ୍ଲୀ ମଡର୍ଣ୍ଣ ସ୍କୁଲରୁ ପାଠ ପଢ଼ିଛନ୍ତି। ଏହାପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱବିତ୍‌ରୁ ଡିଗ୍ରୀ ହାସଲ କରିଥିଲେ।
  • ମାତ୍ର ୧୩ ବର୍ଷ ବୟସରେ ପ୍ରଥମ ଥର ରବର୍ଟ ଭଦ୍ରାଙ୍କୁ ଭେଟି ରବର୍ଟଙ୍କ ପ୍ରେମରେ ପଡ଼ିଥିଲେ ପ୍ରିୟଙ୍କା।
  • ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱଭାବ ରାଗି ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱଭାବରେ ଅନେକ ପରିବର୍ତ୍ତନ ଆସିଛି। ପ୍ରିୟଙ୍କା ନିଜ ରାଗକୁ ନିୟନ୍ତ୍ରଣ କରିବା ପାଇଁ ୧ ଘଣ୍ଟା ଯୋଗ ମଧ୍ୟ କରନ୍ତି।
  • ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ଉଭୟ ରାହୁଲ ଏବଂ ପ୍ରିୟଙ୍କା ସୁରକ୍ଷାକର୍ମୀଙ୍କ ନଜରରେ ରହୁଥିଲେ।
  • ପ୍ରିୟଙ୍କା ଓ ରବର୍ଟ ଭଦ୍ରା ବିବାହ ପୂର୍ବରୁ ୬ ବର୍ଷ ଏକାସାଙ୍ଗରେ ରହୁଥିଲେ। ଏହାପରେ ସେ ନିଜ ପରିବାରକୁ ଏନେଇ ଜଣାଇଥିଲେ।
  • ଗାନ୍ଧି ପରିବାର ଏହି ରିଲେସନସିପ୍‌କୁ ବିରୋଧ କରୁଥିଲେ। କିନ୍ତୁ ଶେଷରେ ପରିବାର ଲୋକେ ଏନେଇ ସହମତି ପ୍ରକାଶ କରିଥିଲେ।
  • ପ୍ରିୟଙ୍କା ଏବଂ ରବର୍ଟ ଭଦ୍ରାଙ୍କ ବାହାଘର ଧୁମଧାମରେ କରାଯାଇ ନଥିଲା। ବାହାଘରରେ ସର୍ବମୋଟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅତିଥିଙ୍କ ମଧ୍ୟରେ ବଚ୍ଚନ ପରିବାର ବି ସାମିଲ ଥିଲେ।

  • ପ୍ରିୟଙ୍କାଙ୍କ ତୁଳନା ସବୁବେଳେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧିଙ୍କ ସହ କରାଯାଏ। ପ୍ରିୟଙ୍କାଙ୍କ ହେୟାର ଷ୍ଟାଇଲ୍‌, ପୋଷାକ ଏବଂ କଥାବାର୍ତ୍ତା ଶୈଳୀରେ ଇନ୍ଦିରା ଗାନ୍ଧିଙ୍କ ଛାପ ନଜର ଆସେ।
  • ପ୍ରିୟଙ୍କାଙ୍କୁ ଫଟୋଗ୍ରାଫି, ରୋଷେଇ ଏବଂ ପଢ଼ିବା ବହୁତ ପସନ୍ଦ। ସେ ରାଜୀବ ଗାନ୍ଧି ଫାଉଣ୍ଡେସନ୍‌ର ବେସ୍‌ମେଣ୍ଟରେ ଛୋଟ ପିଲାଙ୍କ ପାଇଁ ଲାଇବ୍ରେରୀ ଆରମ୍ଭ କରିଛନ୍ତି। ଏହାର ଉପଯୋଗ ପ୍ରତିଦିନ ଅନେକ ପିଲା କରୁଛନ୍ତି।

Comment