ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ଉପସ୍ଥିତିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି।

ରବିବାର ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବା ସହ ନିର୍ବାଚନ ଆଚରଣ ବିଧି ଘୋଷଣା କରିଛନ୍ତି।

ଏହାପରେ ମଙ୍ଗଳବାର ରାଜ୍ୟରେ ବସିଛି ସର୍ବଦଳୀୟ ବୈଠକ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଅଛନ୍ତି।

ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ବେଳେ ରାଜନୈତିକ ଦଳ ଓ ନେତା କଣ କରିବେ କଣ ନକିରବେ ସେ ନେଇ ଆଲୋଚନ ଚାଲିଛି। ଏହାସହ ଆଦର୍ଶ ଆଚରଣ ବିଧି ସଂପର୍କରେ ଆଲୋଚନା ହୋଇଛି।

ନିର୍ବାଚନ ଅଧିକାରୀ କହିଛନ୍ତି, “ନିର୍ବାଚନ ବାବଦରେ ରାଜନୈତି ଦଳଙ୍କୁ ନିୟମ ନେଇ ଅବଗତ କରାଯାଇଛି। ଏଥରର ନିର୍ବାଚନରେ ଅନେକ କିଛି ନୂଆ ନିୟମ ଆସିଛି। ସେ ବାବଦରେ ସମସ୍ତ ଦଳଙ୍କୁ ଅବଗତ କରାଯାଇଛି। ବର୍ଷେ ପରିବର୍ତ୍ତେ ପ୍ରାର୍ଥୀଙ୍କୁ ୫ବର୍ଷର ଆୟକର ରଟର୍ଣ୍ଣ ଦେବାକୁ ପଡ଼ିବ। ପ୍ୟାନ ନମ୍ବର ଦେବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ୟାନ ନଥିଲେ ପ୍ୟାନ୍‌ ଆବେଦନ କରିଥିବାର ସତ୍ୟପାଠ ଦେବାକୁ ପଡ଼ିବ। ପ୍ରାର୍ଥୀ ନିଜର ଅପରାଧ ରେକର୍ଡ ସର୍ବସାଧାରଣଙ୍କୁ ଜଣାଇବେ। ଏଥର ଇଭିଏମ୍‌ରେ ପ୍ରାର୍ଥୀଙ୍କ ଫଟୋ ରହିବ।”

Comment