ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ଲାଗି ବିଗୁଲ ବାଜିବା ପରେ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି ଓ ସେ ନେଇ କାମ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଦେଶର ସବୁଠୁ ପୂରୁଣା ଦଳ କଂଗ୍ରେସ ମଙ୍ଗଳବାର ଗୁଜୁରାଟରେ କାର୍ଯ୍ୟକାରିଣୀ ବୈଠକ କରୁଛି। ପାଖାପାଖି ୫୮ବର୍ଷ ପରେ କଂଗ୍ରେସ ଏଠାରେ ବୈଠକ କରୁଛି। କୁହାଯାଉଛି କଂଗ୍ରେସ ଏହିଠାରୁ ହିଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବ।

ଏହି ବୈଠକରେ ରାହୁଲଙ୍କ ମା ସୋନିଆ ଗାନ୍ଧି ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। ଏହି ବୈଠକରେ କଂଗ୍ରେସରେ କିଛି ନେତା ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

ଗୋଟିଏ ପଟେ କଂଗ୍ରେସ ଏହି ନିର୍ବାଚନକୁ ମୋଦି ଭରସେସ୍‌ ଅଲ୍‌ କହୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବିରୋଧୀଙ୍କ ମହାମିଳନ ବୋଲି କହିଛନ୍ତି।

ଗୁଜୁରାଟ ବୈଠକପରେ ରାହୁଲ ଗାନ୍ଧିନଗରରେ ହେବାକୁ ଥିବା ଏକ ରାଲିରେ ସାମିଲ ହେବେ। ସେଠାରେ ଦଳପାଇଁ ପ୍ରଚାର କରିବେ। ତେବେ ମୋଦିଙ୍କ ଗଡ କୁହାଯାଉଥିବା ଗୁଜୁରାଟରେ କଂଗ୍ରେସର ମାନସ ମନ୍ଥନ ଓ ବୈଠକ ଆଗାମୀ ନିର୍ବାଚନରେ ଦଳକୁ କେତେ ଫାଇଦା ଦେବ ତାହା କହିବା ମୁସ୍କିଲ ହେବ। ଏସବୁରୁ କଂଗ୍ରେସକୁ ସେମିତି କିଛି ଫାଇଦା ହେବନି ବୋଲି ବିଜେପି କହିସାରିଛି।

Comment