ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଖୋର୍ଦ୍ଧା ସାହିରୁ  ନକଲି ଚା’ ପତି କାରଖାନା ଠାବ କରାଯାଇଛ। କେନ୍ଦ୍ରାପଡ଼ା ସଦର ଥାନା ଏହି କାରଖାନା ଉପରେ ଚଢାଉ କରି ବିପୁଳ ପରିମାଣରେ କଞ୍ଚାମାଲ ଜବତ କରିଛି। ତେବେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁଦିନ ଧରି ନକଲି ଚା’ ପତି କାରବାର ହୋଇଆସୁଥିଲା। କେନ୍ଦ୍ରାପଡ଼ା ପୋଲିସ ଏ ବିଷୟରେ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଖୋର୍ଦ୍ଧା ସାହିସ୍ଥିତ ନକଲି ଚା’ ପତି କାରଖାନାକୁ ଠାବ କରିବା ପରେ ପୋଲିସ୍‌ ଏହା ଉପରେ ଚଢ଼ାଉ କରିଛି। ଏହି ନକଲି କାରଖାନାରୁ ନକଲି ତେଲ, ଅନ୍ୟ କମ୍ପାନୀର ନକଲି ସାମଗ୍ରୀ ମଧ୍ୟ କାରାବାର ଚାଲିଥିଲା।

କେନ୍ଦ୍ରାପଡ଼ା ପୋଲିସ ଚଢ଼ାଉ କରି କାରଖାନାରୁ ବିପୁଳ ମାତ୍ରାରେ କଞ୍ଚାମାଲ ଜବତ କରିଛି। କାରଖାନରେ ପୋଲିସ ଚଢଉ ପରେ କାରଖାନାର ମାଲିକ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରି ଫେରାର ହୋଇଥିବା ମାଲିକକୁ ଖୋଜୁଛି।

Comment