ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନ ନିରବ ରହିବା ପରେ ମାଲକାନଗିରିରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି।

ନିର୍ବାଚନ ବିଗୁଲ ବାଜିବା ପରେ ମାଓବାଦୀଙ୍କ ହିଂସା ଆରମ୍ଭ ହୋଇଯାଇଛି। ସୋମବାର ରାତିରେ ଜଣେ ଠିକାଦାରଙ୍କ ଭାଇକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକଙ୍କ ନା ଗୁପ୍ତ ସ୍ୱାଇଁ ବୋଲି ଜଣାପଡ଼ିଛି।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡି ଗ୍ରାମରେ ଗୁପ୍ତ ସ୍ୱାଇଁଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ରାସ୍ତା କାମରେ ନିୟୋଜିତ ୨ଟି ଗାଡ଼କୁ ସୋମବାର ସନ୍ଧ୍ୟା ସମୟରେ ଜାଳିଦେଇଥିଲେ। ହତ୍ୟା ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ। ସୀମାନ୍ତ ଛତିଶଗଡ଼ ବସ୍ତର ମାଓ ସଙ୍ଗଠନ ଦ୍ଵାରା ଏହି ବର୍ବରକାଣ୍ଡ ଘଟା ଯାଇଥିବା ଜଣାପଡ଼ିଛି। ପୂର୍ବରୁ ରାସ୍ତା କାମକୁ ବିରୋଧ କରି ଆସୁଥିବା ମାଓବାଦୀ ରାସ୍ତା ନିର୍ମାଣ ଜାରି ରହୁଥିବାରୁ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

Comment