ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର : ନିର୍ବାଚନ ତାରିଖ ଘୋଷଣା ହେବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ କିପରି ନିର୍ବାଚନ ପରିଚାଳନା କରାଯିବ ତାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସମୀକ୍ଷା ବୈଠକ କରିଛନ୍ତି।

ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ତତ୍‌ସଂଲଗ୍ନ ବିଧାନସଭା ଆସନରେ ଏପ୍ରିଲ ୧୧ରେ ନିର୍ବାଚନ ହେବ।

ମାର୍ଚ୍ଚ ୨୫ ତାରିଖରେ ପ୍ରାର୍ଥୀ ନାମାଙ୍କନ ଦାଖଲ ଏବଂ ମାର୍ଚ୍ଚ ୨୬ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ।  ୨୮ ମାର୍ଚ୍ଚ ନାମାଙ୍କନପତ୍ର  ପ୍ରତ୍ୟ।ହରର ଶେଷ ତାରିଖ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ନିର୍ବାଚନ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଲୋକସଭା ପ୍ରାର୍ଥୀ ୭୦ଲକ୍ଷ ଟଙ୍କା ଏବଂ ଗୋଟିଏ ବିଧାନସଭା ପ୍ରାର୍ଥୀ ୨୮ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ। ସେ ଉପରେ ପ୍ରଶାସନ ନଜର ରଖିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଜଣେ ପ୍ରାର୍ଥୀ ଦିନକୁ ୨୦ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବ ନାହିଁ। ଯଦି ୨୦ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବାର ଅଭିଯୋଗ ଆସେ ତାହେଲେ କେଉଁ ବାବଦରେ ହେଲା ତାର କୈଫିୟତ ମଗାଯିବ।

ଜିଲ୍ଲାପାଳ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାରେ ମୋଟ ୯୮୩ଟି ବୁଥ ରହିଛି ଏବଂ ମୋଟ ଭୋଟର ହେଉଛନ୍ତି ୮ଲକ୍ଷ ୧୬ହଜାର ୮୮୪। ନିର୍ବାଚନ ନୋଟିଫିକେସନ ଜରିହେବା ପରଠୁ କୌଣସି ବ୍ୟକ୍ତି ୫୦ ହଜାର ଟଙ୍କା ଧରି ରାସ୍ତାରେ ବୁଲି ପାରିବେ ନାହିଁ।

Comment