ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିଜର କଣ୍ଠର ଯାଦୁ ଓ ବଲିଉଡ୍‌ର ପ୍ଲେବ୍ୟାକ୍‌ ଗୀତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରେୟା ଘୋଷାଲଙ୍କର ଆଜି ହେଉଛି ଜନ୍ମ ଦିନ। ୧୯୮୪ ମସିହା ଆଜିର ଦିନରେ ଶ୍ରେୟା ଘୋଷାଲ ଜନ୍ମ ଗ୍ରହଣ କରିଥିଲେ।

ଶ୍ରେୟାଙ୍କ ପ୍ରଥମ ଗୀତ ହିଁ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା। ଶ୍ରେୟା ଖୁବ୍‌ କମ୍‌ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିଲେ। ଶ୍ରେୟା ମାତ୍ର ୪ବର୍ଷ ବୟସରୁ ଗୀତ ଶିଖିଥିଲେ। ୬ବର୍ଷ ବୟରେ ସେ କ୍ଲାସିକାଲ ଶିଖିବା ଆରମ୍ଭ କରିଥିଲେ।

ଏହାସହିତ ସେ ଖୁବ କମ୍‌ ବୟସରେ ମୁଜ୍ୟିକ୍‌ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ। ଶ୍ରେୟା ମାତ୍ର ୧୪ ବର୍ଷ ବୟସରେ ନିଜର ପ୍ରଥମ ଷ୍ଟୁଡିଓ ରେକର୍ଡିଂ କରିଥିଲେ। ଯେଉଁଥିରେ ଗୋଟିଏ କି ଦୁଇଟି ନୁହଁ ୧୪ଟି ଗୀତ ଥିଲା। ଏହା ଏକ ବଙ୍ଗାଳୀ ଆଲବମ୍‌ ଥିଲା।

ଏହାପରେ ସେ ହିନ୍ଦି ସିନେମାରେ ଗୀତ ଗାଇବର ସୁଯୋଗ ପାଇଥିଲେ। ତାଙ୍କ ପରିଶ୍ରମ ସବୁବେଳେ ତାଙ୍କୁ ଲୋକପ୍ରିୟତା ଆଣିଦେଇଛି। ଶ୍ରେୟା ୧୮ବର୍ଷ ବୟସରେ ପ୍ରଥମ ନ୍ୟାସନାଲ୍‌ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି ସମ୍ମାନ ତାଙ୍କୁ ୨୦୦୨ରେ ଫିଲ୍ମ ଦେବଦାସ୍‌ରେ ଗାଇଥିବା ଗୀତ ଲାଗି ମିଳଥିଲା।

ଏହାଛଡ଼ା ଶ୍ରେୟା ୪ଥର ନ୍ୟାସନାଲ୍‌ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୬ଥର ଫିଲ୍ମ ଫେୟାର ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହାଛଡ଼ା ଅନେକ କିଛି ଆୱାର୍ଡ ନିଜ ନାଁରେ କରିଛନ୍ତି ଶ୍ରେୟା।

ଶ୍ରେୟା ଏ ଯାଏଁ ପାଖାପାଖି ୧୨ଟି ଭାରତୀୟ ଭାଷାରେ ଗୀତ ଗାଇସାରିଛନ୍ତି। ୧୦୦୦ରୁ ଅଧିକ ଗୀତ ଗାଇଥିବା ଶ୍ରେୟା ନିଜ ଫ୍ୟାନ୍‌ ପାଖରେ ସବୁବେଳେ ପ୍ରିୟ। ଆଜି ତାଙ୍କ ଜନ୍ମ ଦିନରେ ଅନେକ ଶୁଭେଛା ଓ ଶୁଭକାମନା।

Comment