ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟ ବିଜେପିରେ ବଢ଼ୁଛି ଅପରାଜିତାଙ୍କ କ୍ରେଜ୍‌। ଆଇଏଏସ୍‌ ଚାକିରି ଛାଡ଼ି ବିଜେପିରେ ପାଦ ଦେବା ପରେ ଅପରାଜିତାଙ୍କୁ ନେଇ ବିଜେପି ମହଲରେ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାଲାଇଭ୍‌ ଓପିନିଅନ ଓଡ଼ିଶା ଅଭିଯାନରେ ମତ ରଖି ଅନେକ ପାଠକ କହିଛନ୍ତି ଯେ ଓଡ଼ିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଅପରାଜିତା ଷଡ଼ଙ୍ଗୀ।

ନିର୍ବାଚନ ବିଗୁଲ ବାଜିବା ପରେ ପ୍ରାୟ ପ୍ରତିଦିନ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ରାଜ୍ୟସ୍ତରରେ ହେଉ ଅବା ଜାତୀୟ ସ୍ତରରେ ପ୍ରତିଦିନ କିଛିନା କିଛି ପରିବର୍ତ୍ତନ ହେଉଛି। ବିଶେଷକରି ସୋସିଆଲ ମିଡିଆରେ ସକ୍ରିୟ ଥିବା ଓଡ଼ିଶାର ସାଧାରଣ ପାଠକ ଓ ଦର୍ଶକମାନଙ୍କ ମତାମତକୁ  ଅଗ୍ରାଧିକାର ଦେବା ପାଇଁ ଅଗ୍ରଣୀ ଡିଜିଟାଲ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଆରମ୍ଭ କରାଯାଇଛି ‘ଓପିନିଅନ ଓଡ଼ିଶା’ ଅଭିଯାନ।

ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରଶାସକରୁ ପଲିଟିସିଆନ୍‌ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦାନ ପ୍ରସଙ୍ଗକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଆମର ପ୍ରଶ୍ନ ଥିଲା ‘ଆଗକୁ ବିଜେପିରେ ଅପରାଜିତାଙ୍କ ଭୂମିକା କ’ଣ ରହିବ’?

ଏହି ପ୍ରସଙ୍ଗରେ ପାଠକ ଅନେକ କିଛି କମେଣ୍ଟ ଦେଇଛନ୍ତି। କିଛି ପାଠକଙ୍କ ମତରେ ଅପରାଜିତା ଆଗାମୀ ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ। ଅପରାଜିତାଙ୍କ ଉପସ୍ଥିତି ଦଳକୁ ଅନେକ ଫାଇଦା ଦେବ। ଆଉକିଛି ପାଠକ ଲେଖିଛନ୍ତି ଅପରାଜିତ ତାଙ୍କ ପ୍ରଶାସନିକ ଚାକିରି ସମୟର ଯେଉଁ ଅଭିଜ୍ଞତା ରଖିଛନ୍ତି ତାହା ଦଳକୁ ଅନେକାଂଶରେ ସାହାର୍ଯ୍ୟ କରିବ। ଏହା ସହିତ ପାଠକ କହିଛନ୍ତି ଯେ ଅପରାଜିତାଙ୍କୁ ଲୋକେ ପସନ୍ଦ କରୁଛନ୍ତି ଯେଉଁଥିପାଇଁ ସେ ଆଗାମୀ ନିର୍ବାଚନରେ ଯେଉଁଠୁ ଲଢ଼ିବେ ସେ ଜିତିବେ।

କିଛି ପାଠକ ଏମିତିବି ମତ ରଖିଛନ୍ତି କି ଅପରାଜିତାଙ୍କ ବିଜେପିରେ ଯୋଗଦାନ ଦଳକୁ ସେତେଟା ଫାଇଦା ଦେବନି। ଏପରିକି ଆଗାମୀ ନିର୍ବାଚନରେ ସେ ଯେଉଁଠୁ ଲଢ଼ିବେ ଜିତିବା ତାଙ୍କ ଲାଗି କଷ୍ଟ ହୋଇପଡ଼ିବ।

ଓଡ଼ିଶାଲାଇଭ୍‌ ତରଫରୁ ପଚରାଯାଉଥିବା ପ୍ରଶ୍ନରେ ଆମ ପାଠକମାନେ ସେମାନଙ୍କର ମତ ରଖୁଛନ୍ତି। ଆମେ ପ୍ରତିଦିନ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆମ ଫେସବୁକ୍‌ ପେଜରେ ପ୍ରଶ୍ନ ରଖିବୁ। ଯେଉଁଥିରେ ଆମ ପାଠକମାନେ ସେମାନଙ୍କର ମତ କମେଣ୍ଟ ଜରିଆରେ ରଖିପାରିବେ।

ଏହି ଅଭିଯାନରେ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍ ପେଜ୍ www.facebook.com/odishalive ରେ ଆମେ ଉଠାଉଛୁ ପ୍ରଶ୍ନ, ଆପଣମାନେ କମେଣ୍ଟ ବକ୍ସରେ ଦେଉଛନ୍ତି ଉତ୍ତର।

ଏହି ଜନମତ ଅଭିଯାନରେ ସକ୍ରିୟ ରହି ଆପଣ ମୂଲ୍ୟବାନ ମତାମତ ଦେବାକୁ ‘ଓଡ଼ିଶାଲାଇଭ୍‌’ ଟିମ୍‌ ପକ୍ଷରୁ ଆହ୍ୱାନ କରାଯାଉଛି।

Comment