ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ବିଧାୟକ ଡକ୍ଟର ଦାମୋଦର ରାଉତଙ୍କୁ ହାଇକୋର୍ଟରୁ ହରିଜନ ସମ୍ପର୍କିତ ମନ୍ତବ୍ୟ ମାମଲାରେ ଆଶ୍ଵସ୍ତି ମିଳିଛି।

ପାରାଦୀପ ବିଧାୟକ ଡକ୍ଟର ଦାମୋଦର ରାଉତଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ଦାମଙ୍କ ହରିଜନ ସମ୍ପର୍କିତ ମନ୍ତବ୍ୟ ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ।

ପୂର୍ବତନ ବିଜେଡି ବରିଷ୍ଠ ନେତା ଦାମଙ୍କ ଏହି ଜାତିଆଣ ଆକ୍ଷେପ ମନ୍ତବ୍ୟ ପାଇଁ ପ୍ରଥମେ କୁଜଙ୍ଗ ଥାନାରେ ଏତଲା ହୋଇଥିଲା। ମାମଲାକୁ ଖାରଜ କରିବା ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ ଦାମ। ବୁଧବାର ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରିଛନ୍ତି।

ସୂଚନା ଅନୁସାରେ ୨୦୧୦ରେ ହରିଜନ ଶବ୍ଦ ଉଚ୍ଚାରଣ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ। ଜାତିବାଦକୁ ନେଇ ଆକ୍ଷେପ ଦାମଙ୍କ ପାଇଁ ନୂଆ ନୁହେଁ, କଥା ହରିଜନରୁ ଆସି ବ୍ରାହ୍ମଣଙ୍କ ପାଖରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here