ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳ ତୁମଡିବନ୍ଧ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ୪ଟି ବନ୍ଧୁକ, ୩ଟି ଗ୍ରେନେଡ ସହ ବହୁ ପରିମାଣା ମାଓ ସାମଗୀ ଜବତ ହୋଇଛି। ଏଡିଜି ଅପରେସନ ଆର.ପି କୋଚେ ଏନେଇ ସୂଚନା ଦେଇଛନ୍ତି।

ସଂପୃକ୍ତ ଅଞ୍ଚଳରେ ଏସ୍‌ଓଜି ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି।

ବୁଧବାର ତୁମୁଡିବନ୍ଧ ନିକଟ ଜଙ୍ଗଲରେ ମାଓବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ଜଣକ ପ୍ରାଣ ହରାଇଥଲେ।

Comment