ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଟୁଇଟରରେ ଏଣ୍ଟ୍ରି କରିବା ପରେ ପ୍ରଥମ ଥର ଟୁଇଟ କରିଛନ୍ତି ପ୍ରିୟଙ୍କା ଗାନ୍ଧି।

ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ସୋସିଆଲ ମିଡିଆରେ ଏଣ୍ଟ୍ରି କରିଥିଲେ ପ୍ରିୟଙ୍କା ଗାନ୍ଧି। ପାଖାପାଖି ମାସେ ହେବ ସୋସିଆଲ ମିଡିଆ ସାଇଟ ଟୁଇଟର ଆକାଉଣ୍ଟ ଖୋଲିଥିଲେ ପ୍ରିୟଙ୍କା। ଆକାଉଣ୍ଟ ଖୋଲିବାର ମାସେ ପରେ ପ୍ରିୟଙ୍କା ମାର୍ଚ୍ଚ ୧୨ ରେ ପ୍ରଥମ କରି ଟୁଇଟ କରିଛନ୍ତି।

ଗୁଜୁରାଟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପରେ ସେ ଏହି ଟୁଇଟ କରିଛନ୍ତି। ଟୁଇଟରେ ସେ ସାବରମତୀ ଆଶ୍ରମର ଫଟୋ ଦେଇ ସତ୍ୟର ସନ୍ଦେଶ ଦେଇଛନ୍ତି।

“ମୁଁ ହିଂସାର ବିରୋଧ କରେ, କାରଣ ଯେତେବେଳେ ହିଂସା ଦ୍ଵାରା କିଛି ଭଲ କରାଯାଏ ସେହି ଭଲ ଅସ୍ଥାୟୀ ହୋଇଥାଏ। କିନ୍ତୁ ଯାହା ଖରାପ କରେ ତାହା ସ୍ଥାୟୀ ହୋଇଥାଏ”, ଟୁଇଟରେ ଲେଖିଛନ୍ତି ପ୍ରିୟଙ୍କା।

ଟୁଇଟରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ୭ ଜଣଙ୍କୁ ଫଲୋ କରିଛନ୍ତି।

ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ, ସଚିନ ପାଇଲଟ, ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅହମ୍ମଦ ପଟେଲ, ରଣଦୀପ ସୁରେଜୱାଲା ସାମିଲ ଅଛନ୍ତି।

Comment