ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ହିନ୍ଦୀ ଫିଲ୍ମ ବ୍ୟତୀତ ତେଲୁଗୁ, ତାମିଲ, ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି।

ପ୍ରିତୀ ଜିଣ୍ଟା ଫିଲ୍ମ ‘ଦିଲ୍‌ ସେ’ରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହାପରେ ସେ ସଂଘର୍ଷ, ମିଶନ କଶ୍ମୀର, ଫର୍ଜ, ୟେ ରାସ୍ତେ ପ୍ୟାର କେ, କୋଇ ମିଲ ଗୟା,  ଦିଲ୍‌ ଚାହାତା ହୈ, ସଲାମ ନମସ୍ତେ, କଭି ଅଲବିଦା ନା କେହୈନା, ଆଦି ବହୁ ସୁପରହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି।

ଫିଲ୍ମରେ ତାଙ୍କ ନିଖୁଣ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତାଙ୍କ ପ୍ରଥମ ଫିଲ୍ମ ପାଇଁ ଦିଲ୍‌ ସେ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ଏହା ପରେ ୨୦୦୩ରେ ଫିଲ୍ମ କଲ୍‌ ହୋ ନା ପାଇଁ ପୁଣିଥରେ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା।

୨୦୧୬ରେ  ବିଦେଶୀ ବୟଫ୍ରେଣ୍ଡ ଜେନ୍‌ ଗୁଡଇନଫଙ୍କୁ ବିବାହ କରିଥିଲେ। ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ଫିଟନେସ ତାଙ୍କୁ  ଚର୍ଚ୍ଚାରେ ରଖିଛି।

 

 

Comment