ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଣୀବିହାର କ୍ୟାମ୍ପସରୁ ଅଣଛାତ୍ରମାନଙ୍କୁ ବାହାର କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପୋଲିସ୍‌ ଡିସିପିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବୁଧବାର ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ବିଶ୍ୱବିଦ୍ୟାଳୟର କୁଳପତି ଓ ପୋଲିସ ଡିସିପିଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ବାଣୀବିହାର ୭ ନମ୍ବର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ଖୁସି ହୋଇ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ପୋଲିସ୍‌ ଡିସପି ଅନୁପ ସାହୁଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି।

ବହୁଦିନ ଧରି ବାଣୀବିହାର ହଷ୍ଟେଲ୍‌ରେ ଅଣଛାତ୍ରମାନେ ରହି ଆସୁଥିଲେ। ଏମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଥିଲେ। ଏନେଇ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କମିସନରେଟ୍‌ ପୋଲିସ ସାହାଯ୍ୟରେ ଅଣଛାତ୍ରମାନଙ୍କୁ ତଡା ଯାଇଛି।

ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ପରିସରରେ ଯେପରି ଶାନ୍ତି, ଶୃଙ୍ଖଳା ବଜାୟ ରହିବ ସେନେଇ ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ  ନିବେଦନ କରିଛନ୍ତି।

Comment