ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ବରୁଣ ଧୱନଙ୍କ କାନ ତଳେ ହୋଇଥିବା ଟାଟୁକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଭିନେତା ବରୁଣ ଧୱନଙ୍କ ଆଗାମୀ ଫିଲ୍ମ କଳଙ୍କର ଟିଜର ମଙ୍ଗଳବାର ରିଲିଜ ହୋଇଛି। ଟିଜର ଲଞ୍ଚ ଇଭେଣ୍ଟ ବଲିଉଡର ବହୁ କଳାକାର ସେଠାରେ ଉପସ୍ଥିତ ରହିଥିଲେ। ଏହି ଇଭେଣ୍ଟରେ ସମସ୍ତଙ୍କ ନଜର ବରୁଣଙ୍କ ସ୍ପେଶାଲ ଟାଟୁ ଉପରେ ରହିଥିଲା। ତେବେ ବରୁଣ ୨୪ର ଟାଟୁ ତାଙ୍କ କାନ ତଳେ କରିଛନ୍ତି। ବରୁଣଙ୍କ ଏହି ଟାଟୁ ଏବେ ଚର୍ଚ୍ଚାରେ ରହିଛି। ଏହି ଟାଟୁର ରାଜ କ’ଣ? ସମସ୍ତେ ଜାଣିବାକୁ ଚେଷ୍ଟା କରିଛନ୍ତି।

ତେବେ ଏହି ଟାଟୁର ରାଜ୍‌ ବରୁଣଙ୍କର ବିବାହ ତାରିଖ ହୋଇପାରେ ବୋଲି ଅନୁମାନ କରାଯାଉଛି। କେହି କେହି ଏହା ତାଙ୍କର ଆଗାମୀ ଫିଲ୍ମର ରିଲିଜ ଡେଟ୍‌ ବୋଲି କହୁଛନ୍ତି।

ଏହା ତାଙ୍କର ଜନ୍ମ ତାରିଖ ମଧ୍ୟ ହୋଇପାରେ। ଏପ୍ରିଲ ୨୪ରେ ବରୁଣଙ୍କର ଜନ୍ମଦିନ। ସେଥିପାଇଁ ହୁଏତ ସେ ଏହି ଡେଟ୍‌ ଟାଟୁ କରିଥିବେ।

ବରୁଣ ଖୁବଶୀଘ୍ର ତାଙ୍କ ଗାର୍ଲଫ୍ରେଣ୍ଡ ନତାଶାଙ୍କୁ ବିବାହ କରିପାରନ୍ତି। ଏହି ବର୍ଷ ଡିସେମ୍ବର ସୁଦ୍ଧା ତାଙ୍କର ବିବାହ ହୋଇପାରେ।

ବରୁଣଙ୍କ ଅଭିନୀତ ଫିଲ୍ମ କଳଙ୍କ ଏପ୍ରିଲ ୧୭ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମାରେ ଆଲତଆ ଭଯ୍ଟ, ସୋନାକ୍ଷୀ ସିହ୍ନା, ମାଧୁରୀ, ସଞ୍ଜୟ ଦତ୍ତ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

Comment