ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନ ବିଗୁଲ। ଆଉ କିଛିଦିନ ପରେ ପ୍ରଥମ ପର୍ଯ୍ୟାୟ ଲାଗି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ଯାହାକୁ ନେଇ ପ୍ରମୁଖ ତିନି ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଛି କସରତ।

କାହାକୁ କେଉଁଠୁ ଟିକେଟ ମିଳିବ, କାହାକୁ ଟିକେଟରୁ ବାଦ ରଖାଯିବ ସେନେଇ ନେତାଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାୟ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଥିବା ସୂଚନା ମିଳିଥିବା ବିଧିବଦ୍ଧ ଭାବେ ଏ ନେଇ କିଛି ଘୋଷଣା କରାଯାଇନାହିଁ।

ଏଥର ଲୋକସଭାକୁ ୩୩ପ୍ରତିଶତ ମହିଳାଙ୍କୁ ବିଜେଡି ପଠାଇବା ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିସାରିଛନ୍ତି। ଯାହାପରେ କେଉଁ ଆସନରୁ କାହକୁ ଲୋକସଭା ପାଇଁ ଟିକେଟ ମିଳିବ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି।

ଏ ନେଇ ନବୀନ ନିବାସ ବୈଠକ ବସଉଛି। ତେବେ ମିଳିଥିବା ସୂଚନାନୁସାରେ ଏଥର ବ୍ରହ୍ମପୁରରୁ ତୃତୀୟ ଥର ଲାଗି ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଟିକେଟ ଦେଇନପାରେ। ସେଠାରେ ନୂଆ ମୁହଁକୁ ଟିକେଟ ମିଳିପାରେ। ଏପରିକି ନିକଟରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି ବ୍ରହ୍ମପୁରରୁ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଛି।

ଏ ନେଇ ଦଳର ସଭାପତି କିଛି ସ୍ପଷ୍ଟ କରିନାହାନ୍ତି। ଦଳ ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ।

Comment