ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

“ବାଲିକୁଦା-ଏରସମା ହେଉଛି ମୋ’ ଘର। ସେଠି ମତେ ଲୋକ ଭଲ ପାଆନ୍ତି। ଆଗାମୀ ନିର୍ବାଚନ ବାଲିକୁଦା-ଏରସମାରୁ ହିଁ ଲଢ଼ିବି”, ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହା କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ବିଜେପି ପାର୍ଟି ଅଫିସରେ ବିଜେପିରେ ଯୋଗ ଦେଇଛନ୍ତି ଦାମ। ଦାମ ପଦ୍ମ ଧରିବା ପରେ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ରହିଛି। ଦାମ କେଉଁଠୁ ନିର୍ବାଚନ ଲଢ଼ିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।

ଦାମ ଏନେଇ ଆଜି ସ୍ପଷ୍ଟ କରିଛନ୍ତି। ପାରାଦୀପ ନୁହେଁ, ଦାମ ବାଲିକୁଦା-ଏରସମାରୁ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି।

୪୫ ବର୍ଷ ଧରି ଦାମ ସକ୍ରିୟ ରାଜନୀତିରେ ରହିଛନ୍ତି। ୩୫ ବର୍ଷ ହେଲା ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ବିଜୁ ବାବୁ ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଦାମ ମନ୍ତ୍ରୀ ରହିଥିଲେ। ହେଲେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦାମଙ୍କୁ ବିଜେଡି ବହିଷ୍କୃତ କରିଥିଲା।

ଗତ ୭ ମାସ ହେଲା ଦାମ ବିଭିନ୍ନ ଅଞ୍ଚଳ ବୁଲି ବିଜେଡି ବିରୋଧୀ ଅଭିଯାନ ଚଳାଇଥିଲେ। ଶେଷରେ ଆଜି ପଦ୍ମ ଧରିଛନ୍ତି।

Comment