ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି।

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

୪୫ ବର୍ଷ ଧରି ଡାକ୍ତର ଦାମୋଦର ରାଉତ ଓଡ଼ିଶା ରାଜନୀତିରେ ସକ୍ରିୟ ରହିଛନ୍ତି। ସେ ୩୫ ବର୍ଷ ହେଲା ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଭାବେ ଦାମ ଜଣାଶୁଣା।

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦାମ ବିଜେଡି ବହିଷ୍କୃତ ହୋଇଥିଲେ। ସେ ବିଭିନ୍ନ ସ୍ଥାନ ବୁଲି ବିଜେଡି ବିରୋଧରେ ପ୍ରଚାର କରୁଥିଲେ। ଆଜି ଦାମ ଶେଷରେ ବିଜେପିରେ ଯୋଗ ଦେଇଛନ୍ତି।

Comment