ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ରେଳ ଷ୍ଟେସନ ପାଖରେ ଥିବା ଏକ ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ପ୍ରାଥମିକ ସୂଚନା ମୂତାବିକ ଏହି ଦୂର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ବ୍ରିଜ୍‌ ତଳେ କିଛି ଲୋକ ଦବି ଯାଇଥିବାର ଆଶଙ୍କା କରାଯାଉଛି। ଗୁରତର ଅବସ୍ଥାରେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସାଙ୍ଘାତିକ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଏହି ଓଭର ବ୍ରିଜ୍‌ଟି ସିଏସ୍‌ଟି ପ୍ଲାଟଫର୍ମ ୧ ରୁ ନିକଟସ୍ଥ ଟାଇମ୍ସ ଅଫ୍‌ ଇଣ୍ଡିଆ ବିଲ୍ଡିଂ ପାଖ ବିଟି ଲାଇନ୍‌କୁ ସଂଯୋଗ ହୋଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comment