ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ ଗୁରୁବାର କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯଜ୍ଞେଶ୍ୱର ବାବୁ ଦଳରେ ଯୋଗ ଦେଇଛନ୍ତି।

ଯଜ୍ଞେଶ୍ୱର ପ୍ରଥମେ ବିଜେଡି ଦଳରେ ଥିଲେ। ସେ ଥିଲେ ବରିଷ୍ଠ ନେତା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଖାସ୍‌ ଲୋକ। ପ୍ୟାରୀମୋହନ ବିଜେଡି ଦଳ ଛାଡ଼ି ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଥିଲେ। ଏହା ପରେ ଯଜ୍ଞେଶ୍ୱର ବାବୁ ଓଡ଼ିଶା ଜନମୋର୍ଚ୍ଚାରେ ଯୋଗ ଦେଇଥିଲେ।

କଂଗ୍ରେସ ଦଳର ନୀତି ଓ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଛି। ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ, ତାହା ସେ କଂଗ୍ରେସ ପାଇଁ କରିବେ ବୋଲି ଯଜ୍ଞେଶ୍ୱର କହିଛନ୍ତି।

Comment