ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତି, ଉଦ୍ୟଗ, ଖେଳ ଓ ଫିଲ୍ମ ଜଗତ ସମେତ କିଛି ଭିନ୍ନ କ୍ଷେତ୍ରର ସଫଳତା ପାଇଥିବା ବ୍ୟକ୍ତିଙ୍କୁ ମତଦାନ ଲାଗି ଭୋଟରଙ୍କୁ ଜାଗରଣ ସୃଷ୍ଟି କରିବାଲାଗି ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତେ ମିଶି ଏହା ଦେଖାଇଦିଅନ୍ତୁ କି ଏଥର ନିର୍ବାଚନରେ ଅଭୁତପୂର୍ବ ମତଦାନ ହେବ, ଯାହା ଦେଶରେ ନିର୍ବାଚନୀ ଇତିହାସରେ ହୋଇନଥିଲା।

ପ୍ରଧାନମନ୍ତ୍ରୀ କ୍ରିକେଟର ମାନଙ୍କୁ କହିଛନ୍ତି କି, “ଆପଣ ମାନେ ପଡ଼ିଆରେ ରେକର୍ଡ ପରେ ରେକର୍ଡ ବନାଇଥାନ୍ତି, ଏବେ ଆପଣ ମାନେ ୧୩୦କୋଟି ଭାରତୀୟଙ୍କୁ ମତଦାନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିବା ଲାଗି ପ୍ରେରଣା ଦିଅନ୍ତୁ।”

ମୋଦି କ୍ରିକେଟର ସଚିନ ତେନ୍ଦୁଲକର, ଅଲମ୍ପିକ୍‌ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ସୁସୀଲ କୁମାର, ପିଭି ସିନ୍ଧୁ, ସାଇନା ନେହୱାଲଙ୍କ ସମେତ ଅନେକଙ୍କୁ ମତଦାନରେ ଭୋଟରଙ୍କୁ ଯୋଗଦାନ ଲାଗି ପ୍ରେରଣା ଯୋଗାଇବାକୁ କହିଛନ୍ତି।

ଏଥରର ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ପାଖାପାଖି ୯୦ କୋଟି ଯାହା ୨୦୧୪ ଅନୁସାରେ ୮୧.୪୫ପ୍ରତିଶତ ଅଧିକ ଅଟେ। ଏଥିରେ ୧.୫୦ପ୍ରତିଶତ ଭୋଟର ପ୍ରଥମ ଥର ଭୋଟ ଦେବେ।

ନିର୍ବାଚନ ଲାଗି ପୂରା ଦେଶରେ ପାଖାପାଖି ୧୦ଲକ୍ଷ ମତଦାନ କେନ୍ଦ୍ର ହେବ ଯାହା ୨୦୧୪ ଅନୁସାରେ ଏକ ଲକ୍ଷ ଅଧିକ।

Comment